27.1 C
Bhubaneswar
Friday, March 29, 2024
Homeଓଡିଶାକରୋନା ମୃତକଙ୍କ ଶବଦାହକୁ ବିରୋଧ

କରୋନା ମୃତକଙ୍କ ଶବଦାହକୁ ବିରୋଧ

ଜଟଣୀ : ଗାଁ ପାଖରେ କରୋନା ସଂକ୍ରମିତଙ୍କ ଶବ ଦାହକୁ ଗ୍ରାମବାସୀଙ୍କ ବିରୋଧ କରାଯିବା ସହ ଉତ୍ତେଜନା ପ୍ରକାଶ ପାଇଛି । ଯାହାକୁ ନେଇ ପୁଲିସ ପକ୍ଷରୁ ଲାଠିଚାର୍ଜ ଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ. ଜଟଣୀ ନିକଟ ଜଗନ୍ନାଥପୁର ପାତ୍ରପଡ଼ା ଗ୍ରାମର ପ୍ରସିଦ୍ଧ ଧନୁଯାତ୍ରା ପଡ଼ିଆ ନିକଟରେ ବୁଧବାର ରାତି ପ୍ରାୟ ସାଢ଼େ ୮ଟାରେ କୌଣସି ଏକ କରୋନା ମୃତକଙ୍କ ଶବକୁ ଆଣି ପ୍ରଶାସନ ପକ୍ଷରୁ ଦାହ କରାଯାଉଥିଲା । ତେବେ ଏହାକୁ ପାତ୍ରପଡ଼ା ଓ ଜଗନ୍ନାଥପୁର ଗ୍ରାମବାସୀ ବିରୋଧ କରିଥିଲେ । ହେଲେ ଶବଦାହ ବନ୍ଦ ହେବନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଶବଦାହ ବନ୍ଦ କରିବାକୁ ଦୁଇ ଗ୍ରାମବାସୀ ଜିଦ୍ ଧରିବାରୁ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲା । ଗ୍ରାମବାସୀ ଓ ପୁଲିସ ମଧ୍ୟରେ ଯୁକ୍ତିତର୍କ ହୋଇଥିବାବେଳେ ଗ୍ରାମବାସୀଙ୍କୁ ଡରାଇବାଲାଗି ପୁଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା । ଫଳରେ ଗ୍ରାମବାସୀ ଭୟଭୀତ ହୋଇ ପଳାଇଯିବାରୁ ପୁଲିସ ଉପସ୍ଥିତିରେ ସେଠାରେ ଶବଦାହ କରାଯାଇଥିଲା । ଏନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅନ୍ୟପକ୍ଷରେ ସୋମବାର ଭୋର ସମୟରେ ଜଟଣୀ ପୌରପରିଷଦର ଡମ୍ପିଂ ୟାର୍ଡରେ କେହିଜଣେ କରୋନା ମୃତକଙ୍କ ଶବଦାହ କରାଯାଇଥିବା ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking