30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଇସ୍ରାଏଲ-ପାଲେଷ୍ଟାଇନ୍ ମଧ୍ୟରେ ଘମାଘୋଟ ଲଢ଼େଇ, ୬ ଇସ୍ରାଏଲୀ ଓ ୫୩ ପାଲେଷ୍ଟାଇନ୍ ନାଗରିକ ନିହତ

ଇସ୍ରାଏଲ-ପାଲେଷ୍ଟାଇନ୍ ମଧ୍ୟରେ ଘମାଘୋଟ ଲଢ଼େଇ, ୬ ଇସ୍ରାଏଲୀ ଓ ୫୩ ପାଲେଷ୍ଟାଇନ୍ ନାଗରିକ ନିହତ

ଜେରୁଜେଲମ୍ : ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ବିବାଦରୁ ଏବେ ଭୟଙ୍କର ସଂଘର୍ଷର ସୂତ୍ରପାତ ହୋଇଛି । ବୁଧବାର ସୁଦ୍ଧା ପାଲେଷ୍ଟାଇନ୍‌ର ଆତଙ୍କୀ ସଂଗଠନ ହମାସ୍ ଇସ୍ରାଏଲ ଉପରେ ୩,୦୦୦ ରକେଟ୍ ମାଡ଼ କରିଛି । ଏହାର ଜବାବରେ ଇସ୍ରାଏଲ୍ ତା’ର ସ୍ଥଳସେନା ବ୍ୟବହାର କରିନଥିଲେ ମଧ୍ୟ ଶକ୍ତିଶାଳୀ ବାୟୁସେନା ସାହାଯ୍ୟରେ ପାଲେଷ୍ଟାଇନ୍‌ର ବ୍ୟାପକ ଅଞ୍ଚଳ କ୍ଷେପଣାସ୍ତ୍ର ମାଡ଼କରି ଧ୍ୱଂସ କରିଦେଇଛି । ଏହି ସଂଘର୍ଷରେ ଏପର୍ଯ୍ୟନ୍ତ ଇସ୍ରାଏଲର ୬ ଏବଂ ପାଲେଷ୍ଟାଇନ୍‌ର ୫୩ ନାଗରିକଙ୍କ ମୃତ୍ୟୁ ହୋଇଛି । ଏଥିଯୋଗୁଁ ପଶ୍ଚିମ ଏସିଆରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି । ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ବେନି ଗାଣ୍ଟଜ କହିଛନ୍ତି, ଆମର ସେନାର ଗାଜା ଅଞ୍ଚଳରେ ଏବଂ ପାଲେଷ୍ଟାଇନ୍‌ରେ ହମ୍‌ଲା ବନ୍ଦ ହେବନାହିଁ ।

ଶତ୍ରୁପକ୍ଷ ନିରବ ନପଡ଼ିବା ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ । ଏହାପରେ ଯାଇ ଶାନ୍ତି ପ୍ରକ୍ରିୟା ପାଇଁ କିଛି ଉପାୟ କରାଯିବ । ସେ କହିଛନ୍ତି, ଆମେ ହମାସର ୬ କମାଣ୍ଡରକୁ ମାରିଦେଉଛି । ସେଠାରେ ସବୁ ବଡ଼ ବଡ଼ ଅଟ୍ଟାଳିକା, କାରଖାନାଗୁଡ଼ିକୁ କ୍ଷେପଣାସ୍ତ୍ର ମାଡ଼କରି ନଷ୍ଟ କରିଦିଆଯାଇଛି । ଇସ୍ରାଏଲ ସେନାର ଜଣେ ମୁଖପାତ୍ର କହିଛନ୍ତି, ଆମର ସେନା ଅଧିକାରୀ ଏବଂ ଯବାନମାନେ ଏପର୍ଯ୍ୟନ୍ତ ଅସ୍ତ୍ରବିରତି ସପକ୍ଷରେ ନୁହନ୍ତି । ଆମେ ଦୀର୍ଘ ସମୟ ଲଢ଼ିବା ପାଇଁ ପ୍ରସ୍ତୁତ ରହିଛୁ । ଅନ୍ୟପକ୍ଷରେ ହମାସର ନେତା ହାନିୟା କହିଛନ୍ତି, ଇସ୍ରାଏଲ ଯଦି ଯୁଦ୍ଧ ବଢ଼ାଇବାକୁ ଚାହୁଁଛି ତା’ ହେଲେ ଆମେ ମଧ୍ୟ ଏହା ବନ୍ଦ ହେଉ ବୋଲି ଚାହୁଁନାହୁଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking