28.1 C
Bhubaneswar
Saturday, April 27, 2024
Homeଜୀବନଶୈଳୀପଇସା ଓ ଇଂଟରନେଟ ନଥିଲେ କ'ଣ ହେବ

ପଇସା ଓ ଇଂଟରନେଟ ନଥିଲେ କ’ଣ ହେବ

ଭୁବନେଶ୍ୱର: ଯଦି ପଇସା ନଥାନ୍ତା, ତେବେ କିଏ କରୋଡ ପତି କି ଅରବପତି ବନିପାରିନଥାନ୍ତା । ଆଉ ଯଦି ପଇସା ହିଁ ନଥିବ, ତେବେ ଲୋକେ କଣ ପାଇଁ କାମ କରିଥାନ୍ତେ । କାରଣ ସେମାନଙ୍କୁ କାମ କରିବାକୁ ଏଥିପାଇଁ ଆଗ୍ରହ ଆସେ କାରଣ ତା ବଦଳରେ ସେମାନଙ୍କୁ ଟଙ୍କା ମିଳିବ । ସେଥିରେ ସେ ନିଜର ସବୁ ଇଚ୍ଛା ପୂରଣ କରିପାରିବ । କିନ୍ତୁ ଯଦି ଏକ୍ସଚେଂଜ ପାଇଁ ପଇସା ହିଁ ନରହିବ, ତେବେ ଭୁଲିଯାନ୍ତୁ ଯେ କିଏ କାହା ପାଇଁ କାମ କରିବ ।
ଏବେ ଯେତିକି ମାତ୍ରାରେ ଇନୋଭେସନ ହେଉଛି ପଇସା ନଥିଲେ ହୁଏତ ତାହା ହୋଇପାରନ୍ତାନି । କାରଣ ଲୋକେ ଅଧିକ କାମ କରିବାକୁ ଚାହାଁନ୍ତି ଯେଉଁଥିରେ ବ୍ୟାଙ୍କ ବାଲାନ୍ସ ବଢୁ । ହେଲେ ଯଦି ପଇସା ନଥିବ କଣ ବ୍ୟାଙ୍କ ଆଉ କଣ ବାଲାନ୍ସ ।
ଆଉ ଯଦି ଇଂଟରନେଟ କଥା କହିବା, ତେବେ ଇଂଟରନେଟ ନଥିଲେ କେହି ବି ଆଗକୁ ବଢିପାରିବେନି । କାରଣ ଇଂଟରନେଟ ଆଗକୁ ବଢାଇବାରେ ସାହାଯ୍ୟ କରେ । ୪.୫ ବିଲିୟନ ଲୋକେ  ଆଜିକା ଡେଟରେ ଇଂଟରନେଟ ବ୍ୟବହାର କରୁଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଇଂଟରନେଟରେ ପାଠ ପଢୁଥିବା ବେଳେ କିଛି କାମ କରି ପଇସା ରୋଜଗାର କରନ୍ତି ଆଉ କିଛି ଏହାଦ୍ୱାରା ନିଜର ଟାଇମ ପାସ କରନ୍ତି ।
ଆଉ ଯଦି ଦୁନିଆରେ ଥିବା ସମସ୍ତ ଗାଡି ଇଲେକ୍ଟ୍ରିକ ହୋଇଯିବ, ତାହେଲେ କଣ ହେବ । ଆମେ ଜାଣିଛୁ ଏହା ଶୁଣିବା ପରେ ଆପଣମାନେ ଭାବୁଥିବେ ଏପର୍ଯ୍ୟନ୍ତ ଆମ ଭାରତରେ ଇଲେକ୍ଟ୍ରିକ ଗାଡି ଆସିନି । ହେଲେ ଆମେ ଏବେଠୁ ସବୁଗାଡିକୁ ଇଲେକ୍ଟ୍ରିକ କରିବା ବିଷୟରେ ଭାବୁଛେ । ତେବେ ଭବିଷ୍ୟତ କଥା ଚିନ୍ତା କରିବାରେ ତ କିଛି ଅସୁବିଧା ନାହିଁ । କାରଣ ଆଗାମୀ ଦିନରେ ଏମିତି ହେବାକୁ ଯାଉଛି । ଆଉ ଯଦି ଏମିତି ହେବ ତେବେ ଏଥିରେ ଏମିତି ଭୟାନକ ଭାବରେ ପରିବର୍ତ୍ତନ ଆସିବ, ଯାହା ଆପଣ କେବେ ବି  କଳ୍ପନା କରିପାରିବେ ନାହିଁ । ପ୍ରଥମ କଥା ହେଲା, ଇଲେକ୍ଟ୍ରିକ ଗାଡି ବାତାବରଣ ପାଇଁ ଠିକ । କାରଣ ଏହାଦ୍ୱାରା ବାୟୁ ପ୍ରଦୂଷଣ ହୁଏ ନାହିଁ । ବାୟୁ ପ୍ରଦୂଷଣ ପାଇଁ ଅଧିକ ମାତ୍ରାରେ ସଡକ ପରିବହନ ଦାୟୀ । ସେଥିପାଇଁ ସବୁଗାଡି ଇଲେକ୍ଟ୍ରିକ ହୋଇଗଲେ ପ୍ରଦୂଷଣ ମାତ୍ରା କମିଯିବ । ଆଉ ଯଦି ପ୍ରଦୂଷଣ କମିଯିବ, ତେବେ ରୋଗ ହେବାର ସମ୍ଭାବନା ବି କମିଯିବ । କାରଣ ଯଦି ଏକ୍ସପର୍ଟମାନଙ୍କ କଥା ଦେକିବା ତେବେ, ଆଜିକାଲି ଅଧିକ ରୋଗ ବାୟୁ ପ୍ରଦୂଷଣ ପାଇଁ ହିଁ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking