24.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶସରକାରୀ ବ୍ୟାଙ୍କରେ ୫୨୩୭ ପଦବୀ ପାଇଁ ବିଜ୍ଞାପନ; ତୁରନ୍ତ କରନ୍ତୁ ଆବେଦନ

ସରକାରୀ ବ୍ୟାଙ୍କରେ ୫୨୩୭ ପଦବୀ ପାଇଁ ବିଜ୍ଞାପନ; ତୁରନ୍ତ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କରେ ଚାକିରୀ କରିବାକୁ ଇଚ୍ଛା କରୁଥିବା ବ୍ୟକ୍ତିଙ୍କ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ସୁଯୋଗ ଆଣିଛି । ଏସବିଆଇ କ୍ଲର୍କ ପାଇଁ ନିଯୁକ୍ତି ନେଇ ସୂଚନା ଜାରି କରିଛି । ଏଥିପାଇଁ ଆବେଦନ ପ୍ରକ୍ରିୟା ୨୭ ଏପ୍ରିଲ ୨୦୨୧ରୁ ଆରମ୍ଭ ହୋଇଛି । ଯୋଗ୍ୟ ପ୍ରାର୍ଥୀ ଏସବିଆଇ ଅଫିସଆଲ ସାଇଟ sbi.co.in ଜରିଆରେ ଜୁନିଅର ଆସୋସିଏଟସ ପଦବୀ ପାଇଁ ଆବେଦନ କରିପାରିବେ । ଏହାର ଶେଷ ତାରିଖ ୧୭ ମେ ୨୦୨୧ ରହିଛି । ୫୨୩୭ ପଦବୀ ପାଇଁ ବିଜ୍ଞାପନ ରହିଛି । ଆଶାୟୀ ପ୍ରାର୍ଥୀ କେବଳ ନିଜ ରାଜ୍ୟ ପାଇଁ ହିଁ କରିବେ । ଆଉ ଅନ୍ୟ ରାଜ୍ୟ ପାଇଁ ହେଲେ ସେଠିକାର ଭାଷା, ଲେଖା ପଢା ସହ କହିଜାଣିଥିବା ମଧ୍ୟ ଦରକାର ।
ଆବେଦନ ତାରିଖ ୨୭ ଏପ୍ରିଲ ୨୦୨୧
ଆବେଦନର ଶେଷ ତାରିଖ ୧୭ ମେ ୨୦୨୧
ପ୍ରି ଏକ୍ସାମ ଟ୍ରେନିଂ କଲ୍ ଲେଟର ୨୬ ମେ ୨୦୨୧
ପ୍ରାରମ୍ଭିକ ପରୀକ୍ଷା –ଜୁନ ୨୦୨୧
ମୁଖ୍ୟ ପରୀକ୍ଷା ୩୧ ଜୁଲାଇ ୨୦୨୧
ଏହି ପୋଷ୍ଟ ପାଇଁ ଯୋଗ୍ୟ ପାର୍ରଥୀଙ୍କୁ ୧୧୭୬୫ରୁ ଆରମ୍ଭ କରି ୩୧୪୫୦ ଟଙ୍କା ଦରମା ମିଳିବ ।
ପ୍ରାର୍ଥୀଙ୍କ ବୟସ ୧ ଏପ୍ରିଲ ୨୦୨୧ ଭିତରେ ୨୮ ବର୍ଷରୁ କମ୍ ହେବା ଦରକାର
ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବିଶ୍ୱ ବିଦ୍ୟାଳୟରୁ କୌଣସି ବିଷୟରେ ଗ୍ରାଜୁଏଟ ଡିଗ୍ରୀ କରିଥିବା ଦରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking