28.1 C
Bhubaneswar
Friday, March 29, 2024
Homeଓଡିଶାପିପିଲି ଉପନିର୍ବାଚନ ବନ୍ଦ ହେଉ

ପିପିଲି ଉପନିର୍ବାଚନ ବନ୍ଦ ହେଉ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ବନ୍ଦ ପାଇଁ ଦାବି କରିଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଏନେଇ ଦାବି କରିଛନ୍ତି । କରୋନାର ଦୃତ ସଂକ୍ରମଣ ଦୃଷ୍ଟିରୁ ପିପିଲି ଉପନିର୍ବାଚନ ବନ୍ଦ କରାଯାଉ । କରୋନା ସ୍ଥିତିରେ ଉପନିର୍ବାଚନ କୌଣସି ଗୁରୁତ୍ୱ ରଖୁନାହିଁ ବୋଲି ସେ କହିଛନ୍ତି । କରୋନା ଭୟାବହତା ନିକଟରେ ଲୋକଙ୍କ ଜୀବନ ଆଗ, ନିର୍ବାଚନ ପଛ । ନିର୍ବାଚନ ବନ୍ଦ ରଖିବାକୁ ବିଜେଡି, ବିଜେପି ମଧ୍ୟ ସହଯୋଗ କରନ୍ତୁ । ଅପରାହ୍ନରେ ଏନେଇ ନିର୍ବାଚନ ଅଧିକାରୀଙ୍କୁ ଭେଟିବେ ବୋଲି କହିଥିଲେ ।
ଅନ୍ୟପଟେ ପିପିଲି ଉପନିର୍ବାଚନ ବନ୍ଦ ପାଇଁ କଂଗ୍ରେସର ଦାବିକୁ ବିଜେପି ଅଗ୍ରାହ୍ୟ କରିଛି । ନିର୍ବାଚନ ହେଉ ବୋଲି କହିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ । କୋଭିଡ ଗାଇଡଲାଇନ ଅନୁସାରେ ପିପିଲି ଉପନିର୍ବାଚନ ହେଉ । କଂଗ୍ରେସ ଅଭିଯୋଗର ବାସ୍ତବତା ନାହିଁ । କେବଳ ପଲିଟିକାଲ ଗିମିକ । ନିର୍ବାଚନ ଏକ ଗଣତାନ୍ତ୍ରିକ ପଦ୍ଧତି, ନୋଟିଫିକେସନ ହୋଇସାରିଛି । ତେଣୁ ନିର୍ବାଚନ ବନ୍ଦ ନ ହୋଇ ହେବା ଉଚିତ ବୋଲି ସେ କହିଛନ୍ତି । ବିଜେଡି ମଧ୍ୟ ନିର୍ବାଚନ ହେଉ ବୋଲି ଚାହୁଁଛି ।  ନିର୍ବାଚନ କମିଶନ ଯେଉଁ ପ୍ରୋଟୋକୋଲ କରିଛନ୍ତି, ସେହି ଅନୁସାରେ ନିର୍ବାଚନ ହେଉଛି । ଶୋଭାଯାତ୍ରା ନକରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ।
ତେବେ ୨୦୧୯ ମସିହାରେ ପାଟକୁରା ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ବିୟୋଗ ପରେ ବାତ୍ୟା ଫନି ପାଇଁ ୩ ମାସ ନିର୍ବାଚନ ଘୁଂଚିଥିଲା । ଏବେ କରୋନାକୁ ମହାମାରୀ କୁହାଯାଉଥିବାରୁ ନିର୍ବାଚନ ବନ୍ଦ କରିବାକୁ କଂଗ୍ରେସ ଦାବି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking