33.1 C
Bhubaneswar
Saturday, April 27, 2024
Homeକରୋନାଅକ୍ସିଜେନ ଅଭାବ ନେଇ ହାଇକୋର୍ଟଙ୍କୁ ଦିଲ୍ଲୀ ଶାନ୍ତି ମୁକୁନ୍ଦ ହସ୍ପିଟାଲର ଗୁହାରୀ

ଅକ୍ସିଜେନ ଅଭାବ ନେଇ ହାଇକୋର୍ଟଙ୍କୁ ଦିଲ୍ଲୀ ଶାନ୍ତି ମୁକୁନ୍ଦ ହସ୍ପିଟାଲର ଗୁହାରୀ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ ଅଭାବ ନେଇ ହାଇକୋର୍ଟରେ ଶୁଣାଣୀ ହୋଇଛି । ଦିଲ୍ଲୀର ଶାନ୍ତି ମୁକୁନ୍ଦ ହସ୍ପିଟାଲ ଅଦାଲତକୁ କହିଛନ୍ତି ଯେ, ହସ୍ପିଟାଲକୁ ଯେତିକି ଅକ୍ସିଜେନ ଦିଆଯାଇଥିଲା, ତାର ମାତ୍ରା କମାଇ ଦିଆଯାଇଛି । ଏବେ ସେମାନଙ୍କ ପାଖରେ ଅକ୍ସିଜେନ ନାହିଁ । ହାଇକୋର୍ଟ ଏବେ ଦିଲ୍ଲୀ ସରକାରଙ୍କୁ ଅକ୍ସିଜେନ ସିଲିଣ୍ଡରର କଳାବଜାରୀ କରୁଥିବା ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ।
ସରକାର ଜବାବ ଦେଇ କହିଛନ୍ତି ଯେ, ସେ ନିଜ ପଟୁ ପୁରା ଚେଷ୍ଟା କରୁଛନ୍ତି । ଶାନ୍ତି ମୁକୁନ୍ଦ ହସ୍ପିଟାଲରର କହିବା କଥା, ସେମାନଙ୍କୁ ପ୍ରତିଦିନ ୩ ମେଟ୍ରିକ ଟନ ଅକ୍ସିଜେନ ଦରକାର । ହେଲେ ୩.୨ ଆଲଟ କରାଯାଇଛି । ହେଲେ ମିଳିଛି ମାତ୍ର ୨.୬୯ ମେଟ୍ରିକ ଟନ ।
ଯେତେବେଳେ ଅଦାଲତ ପଚାରିଥିଲେ ସ୍ଥିତି କଣ, ଶାନ୍ତି ମୁକୁନ୍ଦ ହସ୍ପିଟାଲ କହିଥିଲେ ରୋଗୀ ମରୁଛନ୍ତି । ସରକାର କଣ କରୁଛନ୍ତି । ଆମେ ଏହି ସ ରକାରଙ୍କ ଉପରେ ବିରକ୍ତ ହୋଇଗଲୁଣି ।
ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ସରକାର ତୁରନ୍ତ ଶାନ୍ତି ମୁକୁନ୍ଦ ହସ୍ପିଟାଲକୁ ୨.୬୯ ମେଟ୍ରିକ ଟନ ଅକ୍ସିଜେନ ଯୋଗାଇ ଦିଅନ୍ତୁ । ଦିଲ୍ଲୀ ସରକାର କହିଛନ୍ତି, ଆମ ତରଫରୁ ଚେଷ୍ଟା ଜାରି ରହିଛି କି ଟ୍ୟାଙ୍କର୍ସ ସଂଖ୍ୟା ବଢାଇବାକୁ । ହାଇକୋର୍ଟ କହିଛନ୍ତି ଲଗାତର ଭାବରେ ଅନେକ ହସ୍ପିଟାଲ ଅକ୍ସିଜେନ ଅଭାବ ନେଇ ଅଭିଯୋଗ କରୁଛନ୍ତି । ଏଥିରେ ସତ୍ୟାସତ୍ୟ ରହିଛି । ଆମକୁ ଅଭିଯୋଗ ଆସିଛି ଯେ, ଆପଣ ଫୋନ ଓ ମେସେଜର ଜବାବ ଦେଉନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking