35.1 C
Bhubaneswar
Wednesday, May 8, 2024
Homeକରୋନାଆଇସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ସ୍ଥଗିତ

ଆଇସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ସିବିଏସଇ ଓ ଅନେକ ରାଜ୍ୟର ବୋର୍ଡ ପରୀକ୍ଷା ସ୍ଥଗିତ ହେବା ପରେ ଏବେ ଆଇସିଏସଇ ମଧ୍ୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ମଧ୍ୟ ସ୍ଥଗିତ କରାଯାଇଛି । କାଉନସିଲ ଫର୍ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ସାମିନେସନ ଏ ସଂକ୍ରାନ୍ତରେ ନୋଟିସ ଜାରି କରିଛନ୍ତି ।
ଆଇସିଏସଇ ବୋର୍ଡ ତରଫରୁ କୁହାଯାଇଛି ଯେ, କୋଭିଡ ୧୯ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଆଇସିଏସଇ ଦଶମ ପରୀକ୍ଷା ଓ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ କରାଯାଇଛି । କରୋନା ସମୀକ୍ଷା କରିବା ପରେ ଏନେଇ ଜୁନ ୨୦୨୧ ପ୍ରଥମ ସପ୍ତାହରେ ନିର୍ଣ୍ଣୟ ନିଆଯିବ ବୋଲି ସୂଚନା ଦିଆଯାଇଛି । ପୂର୍ବରୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି କାରଣରୁ ସ୍ଥଗିତ ଘୋଷଣା କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଇସିଏସ୍ଇ, କେମ୍ବ୍ରିଜ୍ ବୋର୍ଡ ଏବଂ ଅନ୍ୟାନ୍ୟ ବେସରକାରୀ ଶିକ୍ଷା ବୋର୍ଡକୁ ମଧ୍ୟ ନିଜ ନିଜ ପରୀକ୍ଷାକୁ ସ୍ଥଗିତ ରଖିବାକୁ ଲେଖିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking