28.1 C
Bhubaneswar
Saturday, April 27, 2024
Homeଓଡିଶାମୃତକଙ୍କ ପରିବାର ପିଛା ୫ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା

ମୃତକଙ୍କ ପରିବାର ପିଛା ୫ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା

କୋରାପୁଟ: ଚୁନମାଟି ଅତଡା ଖସି ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଘର ଲିପିବା ପାଇଁ ମାଟି ଆଣୁଥିବା ବେଳେ ଅଘଟଣର ଶିକାର ହୋଇଥିଲେ । ପଟ୍ଟାଙ୍ଗୀ ମିରିୟାଲିପାଡୁରୁ ମାଟି ପାଇଁ ଯାଇଥିଲେ ୪ ଜଣ ମହିଳା । ତେବେ ଗୁରୁତର ମହିଳା ଜଣଙ୍କୁ ପଟ୍ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପରେ ଏହି ଘଟଣାରେ ୩ ମୃତକଙ୍କ ପରିବାର ପିଛା ୫ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁରୁତର ମହିଳାଙ୍କ ଚିକିତ୍ସା ବି ମାଗଣାରେ କରାଯିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଅନ୍ୟପଟେ , ଖବର ପାଇ ଘଟଣା ସ୍ଥଳକୁ ପଟାଙ୍ଗି ବିଧ୍ୟାୟକ ପିତମ ପାଢ଼ୀ ଏବଂ ପଟାଙ୍ଗି ଜୋନ- ୧ ର ଜିଲ୍ଲାପରିଷଦ ସଦସ୍ଯ ଲଇଛନ ଖରା ପହଞ୍ଚିଥିଲେ।ରାଲେଗଡା ସରପଞ୍ଚ ତ୍ରିନାଥ କୋଟା ହରିଷଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ଲେଖାଏଁ ସହଯୋଗ ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking