28.1 C
Bhubaneswar
Saturday, April 27, 2024
Homeଖେଳଆଇସିସି ଟେଷ୍ଟ ର‌୍ୟାକିଂ: ନମ୍ବର ୧ ସ୍ଥାନ ହରାଇଲେ କୋହଲୀ

ଆଇସିସି ଟେଷ୍ଟ ର‌୍ୟାକିଂ: ନମ୍ବର ୧ ସ୍ଥାନ ହରାଇଲେ କୋହଲୀ

ନୂଆଦିଲ୍ଲୀ : ଆଜ୍ଞା ହଁ, ଆପଣ ଠିକ୍ ପଢିଲେ । ଆଇସିସି ଟେଷ୍ଟ ର‌୍ୟାକିଂରେ ନମ୍ବର ୧ ସ୍ଥାନ ହରାଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲୀ । ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟରେ ଶୋଚନୀୟ ଭାବେ ଫ୍ଲପ ହେବା ପରେ ଏବେ ବିରାଟଙ୍କୁ ବଡ ଝଟକା ଲାଗିଛି । ବାଦଶାହା ଉପାଧିରେ ଭୂଷିତ ଥିବା ବିରାଟ ଏହି ଉପାଧି ହରାଇଛନ୍ତି । ଆଇସିସି ଟେଷ୍ଟ ର‌୍ୟାକିଂରେ ବିରାଟ ନମ୍ବର ୧ରୁ ୨ ନମ୍ବର ସ୍ଥାନକୁ ଖସିଆସିଛନ୍ତି । କେବଳ ବିରାଟ ନୁହଁନ୍ତି, ଚେତେଶ୍ୱର ପୂଜାରା ମଧ୍ୟ ଟେଷ୍ଟ ମ୍ୟାଚରେ ଖରାପ ପ୍ରଦର୍ଶନ କରିଛନ୍ତି ।

ବୁଧବାର ଜାରି ହୋଇଥିବା ଆଇସିସି ଟେଷ୍ଟ ର‌୍ୟାକିଂ ଲିଷ୍ଟରେ ଅଷ୍ଟ୍ରେଲିଆ କ୍ରିକେଟର ଷ୍ଟିଭ୍ ସ୍ମିଥ୍ ନମ୍ବର ୧ ସ୍ଥାନକୁ ଆସିଛନ୍ତି । ମୟଙ୍କ ଅଗ୍ରଓାଲ ଓ ଆଜିଙ୍କ୍ୟ ରାହାଣେ ନିଜ ନିଜ ସ୍ଥାନ ବଜାୟ ରଖିଥିବା ବେଳେ ଚେତେଶ୍ୱର ପୂଜାରା ୭ମ ସ୍ଥାନରୁ ୯ମ ସ୍ଥାନକୁ ଖସିଛନ୍ତି । ଅନ୍ୟପଟେ କେନ୍ ଓିଲିୟନସନ ୪ର୍ଥରୁ ୩ୟ ସ୍ଥାନକୁ ଉଠିଛନ୍ତି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking