33.1 C
Bhubaneswar
Saturday, April 27, 2024
Homeଓଡିଶାଦିଲ୍ଲୀ ସିଏଏ ହିଂସା : ‘ଗ୍ରାଉଣ୍ଡ ଜିରୋ’ରେ ସ୍ଥିତି ଅନୁଧ୍ୟାନ କଲେ ଅଜିତ ଡୋଭାଲ୍‌

ଦିଲ୍ଲୀ ସିଏଏ ହିଂସା : ‘ଗ୍ରାଉଣ୍ଡ ଜିରୋ’ରେ ସ୍ଥିତି ଅନୁଧ୍ୟାନ କଲେ ଅଜିତ ଡୋଭାଲ୍‌

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଲୀରେ ଜଳୁଥିବା ନିଆଁ ଏବେ ଭୟଙ୍କର ରୂପ ଧାରଣ କରିଛି । ଦିନକୁ ଦିନ ସ୍ଥିତି ସାଂଘାତିକ ହେଉଥିବା ବେଳେ ଦିଲ୍ଲୀ ପୁଲିସ୍ ପ୍ରଶାସନ କିମ୍ବା ଅର୍ଦ୍ଧ ସାମରିକ ବାହିନୀ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ଉତ୍ତର-ପୂର୍ବ ଦିଲ୍ଲୀରେ ୪ ଦିନ ହେବ ହିଂସାରେ ମୁଖ୍ୟ କନଷ୍ଟେବଳଙ୍କ ସମେତ ୨୨ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଛି । ହିଂସା ପ୍ରଭାବିତ ଅଞ୍ଚଳରେ ପୋଲିସକୁ ଏବେ ଦଙ୍ଗା ସୃଷ୍ଟି କରୁଥିବା ଲୋକଙ୍କ ଉପରକୁ ଗୁଳିମାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦଙ୍ଗାଗ୍ରସ୍ତ ଉତ୍ତରପୂର୍ବ ଦିଲ୍ଲୀର ଅଞ୍ଚଳ ସବୁକୁ ପରିଦର୍ଶନରେ ଯାଇ ‘ଗ୍ରାଉଣ୍ଡ ଜିରୋ’ରେ ସ୍ଥିତି ଅନୁଧ୍ୟାନ କରିବା ପରେ ଜାତୀୟ ସୁରକ୍ଷା ଉପଦେଷ୍ଟା (ଏନ୍ଏସ୍ଏ) ଅଜିତ ଡୋଭାଲ କହିଛନ୍ତି ଯେ ଘଟଣାସ୍ଥଳରେ ଯଥେଷ୍ଟ ସଂଖ୍ୟକ ସୁରକ୍ଷା କର୍ମୀ ମହଜୁଦ୍ ରହିବା ସହ ସ୍ଥିତିକୁ ନିୟନ୍ତ୍ରଣ କରୁଛନ୍ତି ।
ତେଣୁ, ଦଙ୍ଗାକୁ କେନ୍ଦ୍ର କରି କେହି ଭୟଭୀତ ବା ଆତଙ୍କିତ ହେବାର କୌଣସି କାରଣ ନାହିଁ । ଦିଲ୍ଲୀ ପୁଲିସର ସାମର୍ଥ୍ୟ ଓ ଉଦ୍ଦେଶ୍ୟକୁ ଲୋକେ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି । ଏଥିରୁ ସେମାନଙ୍କୁ ମୁକୁଳିବାକୁ ପଡ଼ିବ । ବର୍ତ୍ତମାନ ସମୟରେ ପୋଷାକଧାରୀ ସମସ୍ତ ସୁରକ୍ଷା କର୍ମୀଙ୍କୁ ସମସ୍ତେ ବିଶ୍ୱାସକୁ ନେବାର ଆବଶ୍ୟକତା ରହିଛି ବୋଲି ସ୍ପଷ୍ଟ କରି ଦେଇଛନ୍ତି ଏନ୍ଏସ୍ଏ ଡୋଭାଲ । ଏବେ ଅଜିତ ଡୋଭାଲ ଦିଲ୍ଲୀ ସ୍ଥିତିର ସମୀକ୍ଷା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କ୍ୟାବିନେଟ କମିଟିକୁ ଏହାର ରିପୋର୍ଟ ପ୍ରଦାନ କରିବେ । ଅଜିତ ଡୋଭାଲାଙ୍କୁ ଦାୟିତ୍ୱ ମିଳିବା ପରେ ଦିଲ୍ଲୀର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଅଧିକ ସଂଖ୍ୟକ ପୁଲିସ୍ ଓ ଅର୍ଦ୍ଧସାମରିକ ବାହିନୀଙ୍କୁ ମୁତୟନ କରାଯାଇଛି । ସେହିପରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଦିଲ୍ଲୀ ପୁଲିସ୍ ନିଜ କ୍ଷମତା ଅନୁସାରେ ସବୁ ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ଏ ପରିସ୍ଥିତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ସ୍ଥିତି କ୍ରମେ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବା ଦର୍ଶାଇ ଦିଲ୍ଲୀରେ ସେନା ମୁତୟନ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଏ ଅନୁରୋଧ ପରେ ଏନ୍ଏସ୍ଏ ଅଜିତ ଡୋଭାଲ ଦଙ୍ଗାଗ୍ରସ୍ତ ଉତ୍ତରପୂର୍ବ ଦିଲ୍ଲୀର ଅଞ୍ଚଳ ସବୁକୁ ପରିଦର୍ଶନରେ ଯାଇ ‘ଗ୍ରାଉଣ୍ଡ ଜିରୋ’ରେ ସ୍ଥିତି ଅନୁଧ୍ୟାନ କରିବା ପରେ ଗଣମାଧ୍ୟମକୁ ଏହି ବିବୃତି ଦେଇଛନ୍ତି ।
ଦିଲ୍ଲୀ ପୋଲିସର ସ୍ପେଶାଲ କମିଶନର (କ୍ରାଇମ) ସତୀଶ ଗୋଲଚା କହିଛନ୍ତି, ପ୍ରଦର୍ଶନକାରୀ ମାନେ ଜାଫରାବାଦ ମେଟ୍ରୋ ଷ୍ଟେସନ ଓ ମୌଜପୁର ଛକକୁ ଖାଲି କରିଥିଲେ ।
ଏନଏସଏ ଡୋଭାଲ ରାତି ପାଖାପାଖି ୧୧ଟାରେ ସୀଲମପୁରସ୍ଥିତ ଉତ୍ତର-ପୂର୍ବ ଦିଲ୍ଲୀର ଡିସିପି (ଡେପୁଟି କମିଶନର ଅଫ ପୋଲିସ) କାର୍ଯ୍ୟାଳୟ ପହଞ୍ଚି ବୈଠକରେ ସୁରକ୍ଷା ସଂପର୍କିତ ସମୀକ୍ଷା ବୈଠକ କରିଛନ୍ତି । ପାଖାପାଖି ଏକ ଘଣ୍ଟା ଯାଏଁ ବୈଠକ ଚାଲିଥିଲା । ଏଥିରେ ଡିସିପି (ଉତ୍ତର-ପୂର୍ବ), ସ୍ପେଶାଲ ପୋଲିସ କମିଶନ (ଲ ଆଣ୍ଡ ଅର୍ଡର) ଏସଏନ ଶ୍ରୀବାସ୍ତବ ଓ ଦ୍ୱିତୀୟ ବରିଷ୍ଠ ଅଧିକାରୀ ସାମିଲ ଥିଲେ ।ବୈଠକ ପରେ ଏନଏସଏ ଡୋଭାଲ ହିଂସା ପ୍ରଭାବିତ କ୍ଷେତ୍ର ଗସ୍ତ କରିଥିଲେ । ବିଳମ୍ବିତ ରାତି ତାଙ୍କର ଗାଡ଼ି ସୀଲମପୁର, ଭଜନପୁରା, ଯମୁନା ବିହାର ଭଳି ହିଂସାଗ୍ରସ୍ତ ଅଞ୍ଚଳରେ ବୁଲୁଥିଲା । ପରିସ୍ଥିତି ପରଖିବା ପରେ ସେ ଫେରିଯାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking