28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗପ୍ରଦୀପ ମହାରଥୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କଲେ ସୁକିନ୍ଦା ବିଧାୟକ ପ୍ରାର୍ଥୀ ଡକ୍ଟର ପ୍ରଦୀପ...

ପ୍ରଦୀପ ମହାରଥୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କଲେ ସୁକିନ୍ଦା ବିଧାୟକ ପ୍ରାର୍ଥୀ ଡକ୍ଟର ପ୍ରଦୀପ ବଳ ସାମନ୍ତ

ଯାଜପୁର : ଯାତ୍ରାମହାରଥୀ କଲିଙ୍ଗଗଣନାଟ୍ୟ ଉପଦେଷ୍ଟା ତଥା ପିପିଲି ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ମହାରଥୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଶିବାନୀ ଗଣନାଟ୍ୟର ଉପଦେଷ୍ଟା ତଥା ଭାରତୀୟ ଜନତା ପାର୍ଟିର ସୁକିନ୍ଦା ବିଧାୟକ ପ୍ରାର୍ଥୀ ଡକ୍ଟର ପ୍ରଦୀପ ବଳ ସାମନ୍ତ । ସେ କହିଛନ୍ତି ମୋ ସହିତ ତାଙ୍କର ବ୍ୟକ୍ତିଗତ, ପାରିବାରିକ ଓ ବ୍ୟବସାୟୀକ ସମ୍ପର୍କ ମୋର ସମସ୍ତ କାମ କାର୍ଯ୍ୟରେ ସେ ପହଞ୍ଚନ୍ତି ମୁଁ ବି ତାଙ୍କର ସମସ୍ତ କାର୍ଯ୍ୟରେ ଯୋଗଦାନ କରେ । ସେ ଓଡିଶା ଯାତ୍ରା ମାଲିକ ମହାସଙ୍ଘର ଉପଦେଷ୍ଟା ଥିଲେ । କାଲି ଏଭଳି ଦୁଃଖଦ ଘଟଣା ଜାଣିବା ପରେ ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖରେ ଭାଙ୍ଗିପଡିଛି । ତାଙ୍କର ଆକସ୍ମିକ ବିୟୋଗ ଆମ ଯାତ୍ରା ମହାସଂଘ ଓ ସାରା ଓଡିଶା ପାଇଁ ଅପୁରଣୀୟ କ୍ଷତି । ମୁଁ ପ୍ରଭୁ ଜଗନ୍ନାଥଙ୍କ ନିକଟ ରେ ପ୍ରାର୍ଥନା କରୁଛି ତାଙ୍କ ପରିବାରକୁ ଏଭଳି ଦୁଃଖଦ ପରିସ୍ଥିତିରେ ସହିବାର ଶକ୍ତି ଦିଅନ୍ତୁ ଓ ସହାୟ ହୁଅନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking