ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ, ପାଇଖାନା ଘର ହିଁ ସାହାରା

Eligible beneficiaries do not have housing, the whole family lives in the bathroom At Kendujhar

କେନ୍ଦୁଝର :  ସରକାର ଯୋଜନା ଉପରେ ଯୋଜନା ଗରିବଙ୍କ ଉନ୍ନତି ପାଇଁ ବନାଉଛନ୍ତି । ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ଏହି ଯୋଜନା ରେ ଗରିବ ଲୋକଙ୍କୁ ସାମିଲ କରିବା ପାଇଁ ମଧ୍ୟ କୋଟି କୋଟି ଟଙ୍କା ବିଜ୍ଞାପନ, ସଭା ଆଦିରେ ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହି ଯୋଜନା ବହୁ ସମୟରେ ହିତାଧିକାରୀଙ୍କ ଠାରୁ ଯୋଜନ ଯୋଜନ ଦୂରରେ ରହି ଯାଉଛି । ଏହାର ନଗ୍ନ ଉଦାହରଣ ପାଲିଟିଛି କେନ୍ଦୁଝର ସହର ନିକଟସ୍ଥ ଶିରିଶିପାଳ ପଞ୍ଚାୟତର ରାଙ୍କି ଗ୍ରାମରେ । ଉକ୍ତ ଗ୍ରାମର ରଇବାରୀ ମୁଣ୍ଡା ନାମକ ବିଧବା ମହିଳା ର ସାହାରା ହୋଇଛି ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ମିଳିଥିବା ପାଇଖାନା ଘର ଟିଏ ।

ଏହି ପାଇଖାନା ଘରେ ଚାରିଜଣ ଛୋଟ ଛୋଟ ଛୁଆଙ୍କୁ ନେଇ ନିଜେ ମଧ୍ୟ ରହୁଛି ରଇବାରୀ । ସ୍ୱାମୀ ମରିଗଲା ପରେ ଶାଶୁ ଶଶୁର ପର କରିଦେଲେ। ତାଙ୍କ ନାଁ ରେ ବିଜୁ ପକ୍କା ଘର ମିଳି ଥିବା ବେଳେ ରଇବାରୀକୁ ବାର ଦୁଆର ସୁଣ୍ଡି ପିଣ୍ଡା ହେବାକୁ ପଡୁଛି । ଦିନରେ ବହୁ କଷ୍ଟ ରେ ଏହି ପାଇଖାନା ଘରେ ରୋଷେଇ ବାସ କରୁଥିବା ବେଳେ ରାତିରେ ଅନ୍ୟର ପିଣ୍ଡା ହିଁ ସାହାରା ପାଳିଟିଛି ରଇବାରୀକୁ । ବହୁ ବାର ସରକାରଙ୍କୁ ଗୁହାରି କରି ମଧ୍ୟ କିଛି ସୁଫଳ ମିଳୁନାହିଁ ରଇବାରୀକୁ । କିନ୍ତୁ ଉକ୍ତ ଶିରିଷପାଳ ପଞ୍ଚାୟତରେ ଥିଲାଵାଲା ଅଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳୁ ଥିବା ର ଘୋଟାଲା ହେଉଛି ବୋଲି ଅଭିଯୋଗ କରିଛନ୍ତି ନାଏବ ସରପଞ୍ଚ । ସେପଟେ ନିହାତି ଆବଶ୍ୟକ କରୁଥିବା ରଇବାରୀ ପରି ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳୁନଥିବା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

LEAVE A REPLY

Please enter your comment!
Please enter your name here