28.1 C
Bhubaneswar
Saturday, April 27, 2024
Homeଅପରାଧସ୍ତ୍ରୀକୁ ବେହୋସ କରି ମାରିଦେଲା ସ୍ୱାମୀ, ଶେଷରେ....

ସ୍ତ୍ରୀକୁ ବେହୋସ କରି ମାରିଦେଲା ସ୍ୱାମୀ, ଶେଷରେ….

ଭୋପାଳ: ମଧ୍ୟପ୍ରଦେଶ ଇଟାରସୀ ରେଳ ଷ୍ଟେସନରେ ରହିଥିବା ଏକ ଟ୍ରେନରେ ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ମହାରାଷ୍ଟ୍ର ପୋଲିସ । ଏହି ଅଭିଯୁକ୍ତ ମୁମ୍ବାଇରେ ନିଜ ପତ୍ନୀଙ୍କୁ ଅତି ନର୍ମମ ଭାବେ ହତ୍ୟା କରି ଝିଅକୁ ନେଇ ଫେରାର୍ ହୋଇଥିଲା । ମୋବାଇଲ ଲୋକେସନ୍ ଟ୍ରେସ୍ କରି ଏହି ଅଭିଯୁକ୍ତକୁ ଇଟାରସୀ ରେଳ ଷ୍ଟେସନରେ ଥିବା ଏକ ଏକ୍ସପ୍ରେସରୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ, ମୁମ୍ବାଇର ଜୀବନବାଗ ବୁରହାନି ଅଞ୍ଚଳରେ ରହୁଥିବା ଶାହନୱାଜ ସୈଫି ନିଜ ପତ୍ନୀ ସଦଫ ସୈଫିକୁ ହତ୍ୟା କରିବା ପରେ ୨ ବର୍ଷର ଝିଅକୁ ନେଇ ଫେରାର ହୋଇଥିଲା । ପୋଲିସ ଅଭିଯୁକ୍ତି ଶାହନୱାଜକୁ ମଧ୍ୟପ୍ରଦେଶର ଇଟାରସି ରେଳ ଷ୍ଟେସନରେ ଠିଆ ହୋଇଥିବା ଏକ୍ସପ୍ରେସରୁ ଗିରଫ କରିଛି । ପୋଲିସର କହିବା ମୁତାବକ, ସଦଫ ଓ ଶାହନୱାଜ ଦୁହେଁ ପ୍ରେମ ବିବାହ କରିଥିଲେ । ଗତ କିଛି ଦିନ ହେବ ଦୁହେଁ ଅଧିକ ଝଗଡ଼ା କରୁଥିଲେ । ୧ ସେପ୍େଟମ୍ବରରେ ବି ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡ଼ା ପରେ ଶାହନୱାଜ ନିଜ ପତ୍ନୀଙ୍କୁ କିଛି ନିଶାଦ୍ରବ୍ୟ ଖୁଆଇଥିଲା । ସଦଫ ବେହୋସ୍ ହେବା ପରେ ତାଙ୍କ ଶରୀରର କିଛି ଅଂଶ ଶାହନବାଜ ଜଳାଇଦେଇଥିଲା । ଏହା ପରେ ରୋଷେଇ ଗ୍ୟାସର ପାଇପ୍ ସଦଫ ମୁହଁରେ ଲଗାଇ ବାହାରୁ ଘରର କବାଟ ବନ୍ଦ କରିଥିଲା ଓ ନିଜ ଝିଅକୁ ନେଇ ଫେରାର ହୋଇଥିଲା ଶାହନୱାଜ । କିନ୍ତୁ ମୋବାଇଲ ଲୋକେସନ୍ ଟ୍ରେସ୍ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା ମହାରାଷ୍ଟ୍ର ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking