29.1 C
Bhubaneswar
Sunday, May 19, 2024
Homeଓଡିଶାଭାଳୁଜୁରୀ ଗ୍ରାମରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଭାଳୁଜୁରୀ ଗ୍ରାମରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ପାଟଣାଗଡ : ବଲାଙ୍ଗିର ଜିଲ୍ଲାରେ ଆଉ ଏକ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ଘଟଣାଟି ଘଟିଛି ପାଟଣାଗଡ ବ୍ଲକ ଧୂବଳପଡା ପଞ୍ଚାୟତ ଅନ୍ତର୍ଗତ ଭାଳୁଜୁରୀ ଗ୍ରାମରେ । ଗ୍ରାମର ଅନିରୁଦ୍ଧ ଭୁଏଙ୍କ ପୁଅ ଯୁଧିଷ୍ଠିର ଭୁଏ ଭାଗଚାଷରେ ୫ଏକର ଧାନ ଚାଷ ଓ ୫ପ୍ୟାକେଟ କପା ଚାଷ କରିଥିବା ଜଣାଯାଇଛି । ରବିବାର ଜମିକୁ ଦେଖିବାକୁ ଯାଇଥିଲେ ଓ ଚିନ୍ତାରେ ପଡି ବିଷ ପିଇଥିବା ଘର ଲୋକଙ୍କୁ କହିଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ଯୁଧିଷ୍ଠୀରଙ୍କୁ ପ୍ରଥମେ ପାଟଣାଗଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରି ବଲାଙ୍ଗିରକୁ ସ୍ଥନାନ୍ତରିତ କରାଯାଇଥିଲା । ବଲାଙ୍ଗିର ଭୀମଭୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବାର ପାଇ ପାଟଣାଗଡ ଉପଜିଲ୍ଲାପାଲ ଓ ତହସିଲଦାର ଡ.ପୁଷ୍ପାଞ୍ଜଳୀ ପଣ୍ଡା ଓ କୃଷି ବିଭାଗର ଅଧିକାରୀ, ପାଟଣାଗଡ ପୋଲିସ ସହ ଆରଆଇ ଉକ୍ତ ଗ୍ରାମକୁ ଯାଇ ଅଧିକ ତଦନ୍ତ କରି ଭାଗ ଚାଷ କରିଥିବା ଜମିକୁ ଯାଇ ଅନୁଧ୍ୟାନ କରିଥିଲେ । ଅପରପକ୍ଷେ ପାଟଣାଗଡ ପ୍ରଶାସନ ପକ୍ଷରୁ ଚାଷୀ ଆତ୍ମହତ୍ୟା ନୁହଁ । ଏହା ଏକ ପାରିବାରିକ କଳହ ବୋଲି ଭାରପ୍ରାପ୍ତ ଉପଜିଲ୍ଲାପାଲ ପ୍ରକାଶ କରିଛନ୍ତି । ମୃତକର ବିଧବା ପତ୍ନୀ ସହ ଦୁଇଟି ଛୋଟ ଛୋଟ ଝିଅ ଥିବାବେଳେ ପ୍ରଶାସନ ମୃତକ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇଦେବା ପାଇ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking