27.1 C
Bhubaneswar
Thursday, April 25, 2024
Homeକରୋନା ଓଡିଶାଟିକା ନେବା ପାଇଁ ରାତି ଅନିଦ୍ରା, ହେଲେ ମିଳୁନି ଟିକା

ଟିକା ନେବା ପାଇଁ ରାତି ଅନିଦ୍ରା, ହେଲେ ମିଳୁନି ଟିକା

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକରେ ଟିକା ପ୍ରଥମ ଓ ଦ୍ୱିତୀୟ ଡୋଜ ନେବା ପାଇଁ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି । ରାତି ୨ଟା ରୁ ଆସି ଲମ୍ବା ଧାଡିରେ ଛିଡା ହୋଇଥିବା ବେଳେ ଟୋକନ୍ ପାଇଁ ଠେଲା ପେଲା ହେଉଛନ୍ତି ଲୋକେ । ପୂର୍ବରୁ ଟିକା ନେବା ପାଇଁ ଗାଁ ଗହଳିରେ ଲୋକେ ନାରାଜ ହେଉଥିଲେ କିନ୍ତୁ ବର୍ତ୍ତମାନ ଟିକା ସରିବାକୁ ଆସୁଥିବା ବେଳେ ପ୍ରତ୍ୟେକ ଦିନ ହଜାରରୁ ଊର୍ଦ୍ଧ୍ୱ ଲୋକେ ଟିକା ନେବା ପାଇଁ ୨୦ରୁ ୩୦ କି.ମି ଦୂର ଦୂରାନ୍ତରରୁ ଆସୁଛନ୍ତି । ଏହି ବ୍ଲକର ପଡିଅୱାଡା ଓ ଚମ୍ପାଝର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିଛି । ଯାହା ଫଳରେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଭିଡ ଜମୁଛି । ବର୍ତ୍ତମାନ ପ୍ରଶାସନ ଦିନକୁ ୪ ଶହ ଜଣଙ୍କୁ ଟିକାଦେବା ପାଇଁ ଧାର୍ଯ୍ୟ କରି ଥିବାବେଳେ ବହୁ ସଂଖ୍ୟକ ଲୋକ ଟିକା ନେବା ପାଇଁ ଭୋର ୩ଟା ରୁ ଡାକ୍ତରଖାନା ଗେଟରୁ ଲମ୍ବା ଲାଇନ୍ ଲଗାଉଛନ୍ତି । ଗ୍ରାମାଞ୍ଚଳ ଗୁଡିକରେ ମୋବାଇଲ ଟାୱାର ନଥିବାରୁ ଅନ୍ ଲାଇନ୍ ପଞ୍ଜିକୃତ ହୋଇପାରୁନି । ଯାହା ଫଳରେ ପ୍ରମାଣ ପତ୍ର ନମିଳିବାର ଲୋକଙ୍କ ମନରେ ଭୟ ରହିଛି । ଟିକା ନେବା ପାଇଁ ଠାକୁରମୁଣ୍ଡା ମେଡିକାଲ ପରିସରରେ ପ୍ରତ୍ୟେକ ଦିନ ଭୋରରୁ ଶହଶହ ଲୋକଙ୍କ ଲମ୍ବାଧାଡି ଲାଗୁଛି । ଯାହାରି ମଧ୍ୟରେ ୧୮ବର୍ଷରୁ ଊର୍ଦ୍ଧ୍ୱ ପୁରୁଷ, ମହିଳା ଏବଂ ଗର୍ଭବତୀ ମହିଳା ମଧ୍ୟ ରହିଛନ୍ତି । ଟିକା ନେବା ପାଇଁ ଆଶାୟୀ ଲୋକଙ୍କ ସଂଖ୍ୟା ହଜାରରୁ ଊର୍ଦ୍ଧ୍ୱ ରହୁଥିବା ବେଳେ ଟିକା ଦିଆ ଯାଉଛି ମାତ୍ର ୫୦୦ଜଣଙ୍କୁ । ଅନ୍ୟମାନେ ନିରାଶ ହୋଇ ଫେରି ଯାଉଛନ୍ତି ନିଜ ଗ୍ରାମକୁ । ତେଣୁ ଠାକୁରମୁଣ୍ଡା ବ୍ଲକକୁ ଅଧିକ ପରିମାଣରେ ଟିକା ଯୋଗାଇବା ସହ ପ୍ରତ୍ୟେକ ପଞ୍ଚାୟତ ଗୁଡିକରେ କ୍ୟାମ୍ପ କରି ଟିକା ଦେବା ପାଇଁ ପଞ୍ଚାୟତବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking