28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶକାନାଡ଼ାରେ ହରିକେନ୍‌ ଫିଓନାର ତାଣ୍ଡବ

କାନାଡ଼ାରେ ହରିକେନ୍‌ ଫିଓନାର ତାଣ୍ଡବ

କାନାଡ଼ା:  କାନାଡ଼ାରେ ହରିକେନ୍‌ ଫିଓନାର ତାଣ୍ଡବ । ଲାଣ୍ଡଫଲ୍‌ କରିବା ପରେ ପ୍ରଳୟ ରଚିଛି ସାମୁଦ୍ରିକ ଝଡ଼ । ଭୟଙ୍କର ରୂପ ଧାରଣ କରି ଛାରଖାର କରି ଦେଇଛି ବହୁ ଅଞ୍ଚଳ । ଇଏ ହେଉଛି ଫିଓନା ସ୍ଥଳଭାଗ ସମୟର ଦୃଶ୍ୟ । ଭୟଙ୍କର ରୂପ ଧାରଣ କରିଥିଲା ସମୁଦ୍ର । ୫୦ ଫୁଟ୍‌ ଉଚ୍ଚର ଢେଉ ଉଠିଥିଲା । କାନାଡ଼ାର ପୂର୍ବଭାଗରେ ସ୍ଥଳଭାଗକୁ ହିଟ୍‌ କରିଥିଲା ଫିଓନା । ନୋଭା ସ୍କୋଟିଆ ନିକଟରେ ଲାଣ୍ଡଫଲ୍‌ କରିବା ପରେ ପ୍ରବଳ କ୍ଷୟକ୍ଷତି ଘଟାଇଛି । ହରିକେନ୍‌ ଫିଓନା ସାଙ୍ଗରେ ଆଣିଥିଲା ପ୍ରବଳ ବର୍ଷା ଓ ପବନ । ଘଣ୍ଟାପ୍ରତି ୧୧୨ କିଲୋମିଟରରୁ ଅଧିକ ବେଗରେ ପବନ ବହିଥିଲା ।

ପବନର ପ୍ରକୋପରେ ଉପୁଡ଼ି ପଡ଼ିଛି ବଡ଼ ବଡ଼ ଗଛ । ଉଡ଼େଇ ନେଇଛି ବହୁ ଘର । ସମୁଦ୍ର କୂଳଲଂଘି ସ୍ଥଳଭାଗକୁ ମାଡ଼ି ଆସିଥିଲା । ସମୁଦ୍ର ପାଣିରେ ବହୁ ଘରଦ୍ୱାର ଭାସି ଯାଇଛି । ନାହିଁ ନଥିବା କ୍ଷୟକ୍ଷତି । ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି । ଅନ୍ଧାରରେ ଲକ୍ଷ ଲକ୍ଷ ଲୋକ ଅଛନ୍ତି । ଫିଓନାର ତୀବ୍ରତା ନେଇ ପୂର୍ବରୁ କାନାଡ଼ା ଆଟଲାଣ୍ଟିକ୍‌ ଉପକୂଳରେ ଥିବା ଲୋକଙ୍କୁ ସତର୍କ ସୂଚନା ଜାରି କରାଯାଇଥିଲା । ଲୋକଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking