26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶସୋସିଆଲ ମିଡିଆରେ ଚାଇନା ରାଷ୍ଟ୍ରପତିଙ୍କୁ ନେଇ ଜୋର୍‌ଦାର୍‌ ଚର୍ଚ୍ଚା

ସୋସିଆଲ ମିଡିଆରେ ଚାଇନା ରାଷ୍ଟ୍ରପତିଙ୍କୁ ନେଇ ଜୋର୍‌ଦାର୍‌ ଚର୍ଚ୍ଚା

ବେଜିଂ: ଚୀନ୍‌ରେ ସାମରିକ ବିଦ୍ରୋହର ସୂତ୍ରପାତ ଘଟିଛି। ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ ଗୃହବନ୍ଦୀ କରାଯାଇଛି। ଜିନ୍‌ପିଙ୍ଗଙ୍କୁ କ୍ଷମତାରୁ ହଟାଇ ପିପୁଲ୍ସ ଲିବରେସନ ଆର୍ମି (ପିଏଲଲ) ମୁଖ୍ୟ ଲି କିୱାମିଙ୍ଗଙ୍କୁ ରାଷ୍ଟ୍ରପତି କରିବାକୁ ପ୍ରସ୍ତୁତି ଚାଲିଛି। ଏଭଳି ଅନେକ ବିଷୟକୁ ନେଇ ଶନିବାର ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଥିଲା ବେଳେ ଗତ କିଛି କିଛି ଦିନ ମଧ୍ୟରେ ସେଠାକାର ପରିବର୍ତ୍ତିିତ ପରିସ୍ଥିତି ଏଭଳି ସ୍ଥିତିକୁ ସ୍ପଷ୍ଟ କରିଛି। ସବୁଠାରୁ ବଡ଼ କଥା ହେଲା ଚୀନ୍‌ରେ ସୋସିଆଲ ମିଡିଆ କାର୍ଯ୍ୟ କରୁ ନ ଥିବା ବେଳେ ଟ୍ବିଟର ମଧ୍ୟ ନାହିଁ। କିନ୍ତୁ ବହୁ ବିଦେଶ ରାଷ୍ଟ୍ରରୁ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏଭଳି ବିଷୟରେ ସୂଚନା ଦିଆଯାଇଥିବା ବେଳେ ବର୍ତ୍ତମାନ ଚାଲିଥିବା କେତେକ ଘଟଣାର ଭିଡିଓ କ୍ଳିପ୍‌ ମଧ୍ୟ ପୋଷ୍ଟ କରାଯାଇଛି।

ଅନ୍ୟପକ୍ଷରେ ଶନିବାର ଘରୋଇ ରୁଟ୍‌ରେ ଚାଲୁଥିବା ୬ ହଜାର ଏବଂ ଆନ୍ତର୍ଜାତିକ ରୁଟ୍‌ରେ ଚାଲୁଥିବା ଅଧିକାଂଶ ବିମାନ ଚଳାଚଳ ବନ୍ଦ ରଖାଯିବା ଘଟଣା ମଧ୍ୟ ଚୀନର କ୍ଷମତା ପରିବର୍ତ୍ତନକୁ ନେଇ ଚାଲିଥିବା ଚର୍ଚ୍ଚାକୁ ଅଧିକ ପୁଷ୍ଟ କରିଛି। ତେବେ ଜିନପିଙ୍ଗ୍‌ଙ୍କୁ କ୍ଷମତାରୁ ହଟାଇବା ଷଡ଼ଯନ୍ତ୍ର ବିଗତ ସପ୍ତାହରୁ ଆରମ୍ଭ ହୋଇସାରିଥିଲା ବୋଲି କୁହାଯାଉଛି। ଯାହାର ସତ୍ୟତା ସି ଜିନ୍‌ପିଙ୍ଗଙ୍କ ଉଜବେକିସ୍ତାନ ଗସ୍ତ ସମୟରେ ପ୍ରମାଣିତ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking