29.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଗରମ ଚା’ ପାତ୍ରରେ ପଡି ଚାଲିଗଲା ଶିଶୁର ଜୀବନ

ଗରମ ଚା’ ପାତ୍ରରେ ପଡି ଚାଲିଗଲା ଶିଶୁର ଜୀବନ

ମୁମ୍ବାଇ: ମହାରାଷ୍ଟ୍ରରେ ଅଭାବନୀୟ ଘଟଣା । ଗରମ ଚା’ ଥିବା ପାତ୍ରରେ ପଡି ଶିଶୁ କନ୍ୟାର ମୃତ୍ୟୁ । ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା । ଏଭଳି ଘଟଣା ଘଟିଛି ଧୁଲେ ଜିଲ୍ଲା ସିନ୍ଧଖେଡା ତାଲୁକର ଚାଉଗାଁରେ। ଶିଶୁ କନ୍ୟାର ବୟସ ମାତ୍ର ଏକ ବର୍ଷ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଏକ ବର୍ଷର ଶିଶୁ କନ୍ୟାଟି ଏକ କପଡାରେ ତିଆରି ଝୁଲାରେ ଝୁଲୁଥିଲା, ପାଖରେ ପରିବାରର ସଦସ୍ୟ କେହି ଏକ ପାତ୍ରରେ ଗରମ ଚା ରଖିଯାଇଥିବା ବେଳେ ଶିଶୁଟି ଖେଳୁଥିବା ସମୟରେ ହଠାତ ଚା’ ପାତ୍ରରେ ପଡିଯାଇଥିଲା ।

ଫଳରେ ଶିଶୁଟି ଗୁରୁତର ହୋଇଥିବା ଦେଖି ପରିବାର ଲୋକେ ତାକୁ ଧୁଲେ ସ୍ଥିତ ଭାଉସାହେବ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ଜାରି ରହିବାର କେଇ ଘଣ୍ଟା ପରେ ଶିଶୁଟିର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ । ଏନେଇ ସିନ୍ଧେଖେଡା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପରିବାର ଲୋକଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ପଚରାଉଚରା କରାଯାଉଛି । ମୃତ ଶିଶୁ କନ୍ୟାର ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିଲେ ମଧ୍ୟ କନ୍ୟାର ଯତ୍ନ ନେଉଥିଲେ । ଏଭଳି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ଝିଅକୁ ମନେପକାଇ ମାଆ ଓ ବାପା ଦୁଃଖରେ ମର୍ମାହତ ହୋଇପଡିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking