26.1 C
Bhubaneswar
Wednesday, May 8, 2024
Homeଅପରାଧନୃଶଂସ ମଣିଷ ! କର୍ମଚାରୀକୁ ମାରି ୪୦୦ ଖଣ୍ଡ କଲେ ବାପ-ପୁଅ

ନୃଶଂସ ମଣିଷ ! କର୍ମଚାରୀକୁ ମାରି ୪୦୦ ଖଣ୍ଡ କଲେ ବାପ-ପୁଅ

ଭୋପାଳ: ସୀମା ଟପିଲା ନୃଶଂସତା । ମଣିଷ ରକ୍ତରେ ହୋଲି ଖେଳିଲା ନିଷ୍ଠୁର ମଣିଷ । ଟଙ୍କା ମାଗିବାରୁ ନିଜର କର୍ମଚାରୀକୁ ହତ୍ୟା କରି ୪୦୦ ଖଣ୍ଡ କରିଦେଲେ ବାପା-ପୁଅ । ମଧ୍ୟପ୍ରଦେଶର ଗ୍ୱାଲିୟରରେ ଘଟିଥିବା ଏହି ଲୋମହର୍ଷଣକାରୀ କାଣ୍ଡ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି । ଦୁଇ ଜଣ ବାପ ଓ ପୁଅ ମିଶି ଯୁବକଙ୍କୁ ହତ୍ୟା କରିବା ପରେ କୁକୁଡା କଟିବା ଭଳି ଖଣ୍ଡ ଖଣ୍ଡ କରି କାଟି ଫିଙ୍ଗି ଦେଇଛନ୍ତି । ତେବେ ଡ୍ରେନ ଭିତରୁ ମୃତ ଯୁବକଙ୍କ ଶରୀରର ଅଙ୍ଗ ମିଳିବା ପରେ ଘଟଣା ଉପରୁ ପରଦା ଉଠିଛି ।

ପୋଲିସ ଅଭିଯୁକ୍ତ ବାପ-ପୁଅକୁ ଗିରଫ କରିନେଇଛି । ସୂଚନା ମୁତାବକ, ମୃତ ଯୁବକ ହେଲେ ରାଜୁ ଖାନ । ସେ ଜନକଗଞ୍ଜ ଅଞ୍ଚଳର ନଜିମ ଖାନ ନାମକ ଯୁବକଙ୍କ ବାପା ପାଖରେ କାମ କରୁଥିଲେ । ସେପ୍େଟମ୍ବର ୨୧ ତାରିଖ ଦିନ କୌଣସି କାରଣକୁ ନେଇ ରାଜୁ ଓ ନଜିମ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏହାପରେ ନଜିମର ବାପା କାଲ୍ଲୁ ଖାନ ରାଜୁଙ୍କୁ ଇସ୍ତଫା ଦେବାକୁ କହିଥିଲେ । ହେଲେ ଏହା ବଦଳରେ ୨୦ ହଜାର ଟଙ୍କା ଦାବି କରିଥିଲେ ରାଜୁ । ବାପ-ପୁଅ ମଧ୍ୟ ତାଙ୍କୁ ଟଙ୍କା ଦେବାକୁ ରାଜି ହୋଇଥିଲେ । ଏହାପରେ ଦୁହେଁ ରାଜୁଙ୍କୁ ଟଙ୍କା ଦେବାକୁ ନିଜର ଆଉ ଏକ ଘରକୁ ଡକାଇଥିଲେ । ହେଲେ ସେଠାରେ ଟଙ୍କାକୁ ନେଇ ପୁଣିଥରେ ନାଜିମ ଓ ରାଜୁଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ଏଥିରେ ରାଗିଯାଇ ନାଜିମ ଲୁହା ଡମ୍ବଲରେ ରାଜୁଙ୍କୁ ଆକ୍ରମଣ କରିଥିଲା । ସେ ଅଚେତ୍ ହୋଇଯିବା ପରେ ବାରମ୍ବାର ଡମ୍ବଲରେ ଛେଚି ହତ୍ୟା କରିଥିଲା । ମୃତଦେହ ଲୁଚାଇବାକୁ ବାପ ପୁଅ ମିଶି ଧାରୁଆ ଅସ୍ତ୍ରରେ ଶରୀରକୁ ଟିକ୍ଟିକ୍ କରି ପ୍ରାୟ ୪୦୦ ଖଣ୍ଡ କରିଦେଇଥିଲେ । ସେସବୁକୁ ପ୍ଲାଷ୍ଟିକ ବ୍ୟାଗରେ ପୁରାଇ ଡ୍ରେନ ଏବଂ ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲେ । ସେପଟେ ରାଜୁ ଘରକୁ ନଫେରିବାରୁ ପରିବାର ଲୋକେ ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ଶେଷରେ ଦୀର୍ଘ ଦୁଇ ମାସ ପରେ ଏହି ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି । ଡ୍ରେନରୁ ଗୋଟିଏ ମଣିଷ ଅଙ୍ଗ ମିଳିବା ପରେ ପୋଲିସ ଛାନଭିନ୍ କରିଥିଲା । ନାଜିମ ଖାନ ପୋଲିସର ସନ୍ଦେହ ଘେରରେ ରହିଥିଲା । ଏତିକି ବେଳେ ନାଜିମ ବାପା କାଲ୍ଲୁ ଖାନ ଡ୍ରଗ୍ସ ଚାଲାଣ ମାମଲାରେ ଥାନାରେ ଆତ୍ମସମର୍ପଣ କରିଥିଲେ । ଯାହାପରେ ପୋଲିସ ଅଧିକ ତଦନ୍ତ କରି ଦୁହେଁ ବାପ-ପୁଅ ମିଶି ରାଜୁଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking