37.1 C
Bhubaneswar
Friday, May 17, 2024
Homeଓଡିଶାକନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରେ ପାଣ୍ଡିଆନଙ୍କ ଧୂଆଁଧାର ପ୍ରଚାର

କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରେ ପାଣ୍ଡିଆନଙ୍କ ଧୂଆଁଧାର ପ୍ରଚାର

ବାଲିଗୁଡା, ଜି.ଉଦୟଗିରି ଓ ଦଶପଲ୍ଲାରେ ବିଶାଳ ଜନସଭାରେ ବିଜୁ ଜନତା ଦଳକୁ ବିପୁଳ ସଂଖ୍ୟାରେ ଜିତାଇ ନବୀନ ବାବୁଙ୍କୁ ଆଶୀର୍ବାଦ କରିବାକୁ ଆହ୍ବାନ

ଅଚ୍ୟୁତ ବାବୁଙ୍କୁ ଉଚ୍ଚପ୍ରଶଂସା, କେବଳ ସେବା ପାଇଁ ସେ ରାଜନୀତିକୁ ଆସିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣୀତ

ସବୁଆଡେ ବିଶାଳ ଜନସମାବେଶ ଦେଖି ବିରୋଧୀ ଦଳ ଆତ୍ମବିଶ୍ବାସ ହରାଉଛି । ବର୍ଷକ ତଳେ ପଞ୍ଚାୟତ ନିର୍ବାଚନରେ ସବୁ ଜିଲ୍ଲାରେ ହାରିଥିଲେ, ତେଣୁ ତାଙ୍କ ମନୋବଳ ପୁରା ଭାଙ୍ଗି ଯାଇଛି।

ତାଙ୍କ ପାଖରେ କହିବାକୁ କିଛି ନାହିଁ, ତେଣୁ ମିଛ କହିବା ଆରମ୍ଭ କରିଛନ୍ତି, ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ଅପପ୍ରଚାର କରୁଛନ୍ତି ।

କହୁଛନ୍ତି ବିଧାନ ସଭାରେ ୧୨୦, ଲୋକସଭାରେ ୧୬ ପାଇବେ। କିନ୍ତୁ ଦେଖିଲା ବେଳକୁ ପାର୍ଥି ଦେବାପାଇଁ ବିଜେପି ପାଖରେ ଲୋକ ନାହାନ୍ତି । ବିଜେଡି ଲିଷ୍ଟକୁ ଚାହିଁଛନ୍ତି।

ଓଡିଶାରେ ଡବଲ ଇଞ୍ଜିନ, ସିଙ୍ଗଲ ଇଞ୍ଜିନର କିଛି ମୂଲ୍ୟ ନାହିଁ। ଓଡିଶାରେ ଗୋଟିଏ ଇଞ୍ଜିନ – ସେ ହେଉଛି ନବୀନ ଇଞ୍ଜିନ। ନବୀନ ଇଞ୍ଜିନର ଶକ୍ତି ବହୁତ ଅଧିକ, କେବେ ବି ଖରାପ ହେବ ନାହିଁ। ଡବଲ ଇଞ୍ଜିନ ଦେଉଛି ମାତ୍ର ୩୦୦ ଟଙ୍କା ଭତ୍ତା, ନବୀନ ଇଞ୍ଜିନ ଦେଉଛି ୧୦୦୦ ଟଙ୍କା।

ସେମାନେ ବର୍ଷକୁ ୨ କୋଟି ଚାକିରୀ ଦେବେ ବୋଲି କହିଥିଲେ, କୁଆଡେ ଗଲା ? ପେଟ୍ରୋଲ, ଡିଜେଲ, ଗ୍ୟାସ ଦର କମେଇବେ ବୋଲି କହିଥିଲେ। ହିସାବ ଦେବାକୁ ସେମାନଙ୍କ ଦମ୍‌ ନାହିଁ।

ଆମର ଦମ୍‌ ଅଛି ଲୋକଙ୍କୁ ଆମେ ସବୁବେଳେ ହିସାବ ଦେଇଚାଲିଛୁ।
ଆପଣମାନେ ତାଙ୍କୁ ପଚାରନ୍ତୁ, ହିସାବ ମାଗନ୍ତୁ। ହିସାବ ମାଗିଲେ ଲୁଚିକି ପଳେଇବେ, ଆଉ ଦେଖା ଦେବେନି।

ନବୀନ ଗ୍ୟାରେଣ୍ଟି ହେଉଛି ଆମେ ପୁଣି ଆସିବୁ, ଆପଣମାନଙ୍କୁ ପୁଣି ହିସାବ ଦେବୁ

ଓଡିଶାରେ ଆସନ୍ତା ୧୦ ବର୍ଷ ହେବ ଯୁବପୀଢିଙ୍କ ବର୍ଷ, ଯୁବପୀଢି ହେବେ ସଶକ୍ତ, ଯୁବପୀଢି ହେବେ ଓଡିଶା ବିକାଶର ସାରଥୀ, ଓଡିଶା ହେବ ନମ୍ବର ୱାନ

ମୁଖ୍ୟମନ୍ତ୍ରୀ ସବୁ ଧର୍ମକୁ, ସବୁ ଧର୍ମାବଲମ୍ବୀଙ୍କୁ ସମ୍ମାନ କରନ୍ତି, ସେଥିପାଇଁ ଓଡିଶାରେ ଶାନ୍ତି ଅଛି।

ଛତିଶଗଡ, ଝାରଖଣ୍ଡରେ ଡବଲ ଇଞ୍ଜିନ ଚାଲିଥିଲା, କିନ୍ତୁ ସେମାନେ ଆଦିବାସୀଙ୍କ ପାଇଁ କଣ କରିଛନ୍ତି। କିଛି କରି ନାହାନ୍ତି।

ଓଡିଶାରେ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ କରିଛନ୍ତି। ଭାଷା, ସାହିତ୍ୟ, ସଂସ୍କୃତି, ପୂଜାସ୍ଥଳୀ, ଜାହିରା ଆଦିର ସଂରକ୍ଷଣ କରୁଛନ୍ତି। କନ୍ଧମାଳ SDCରେ ଗତ ଏକ ବର୍ଷ ମଧ୍ୟରେ ୧୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ଜନଜାତିଙ୍କ ସଂଗୃହିତ ଜଙ୍ଗଲଜାତ ଦ୍ରବ୍ୟ ସରକାର କିଣିବା ପାଇଁ ଲାଭ ଯୋଜନା କରିଛନ୍ତି। ଆପଣମାନେ ସମସ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବେ। କେହି ଆପଣଙ୍କୁ ଠକି ପାରିବେ ନାହିଁ।

ବାଲିଗୁଡାରେ ୩୩୫ କୋଟି ଟଙ୍କାର କାମ ଚାଲିଛି।

ସାଂସଦ ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତ କହିଲେ ଯେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଆଜି ଓଡିଶାର ମା ଭଉଣୀ ମାନଙ୍କ ପାଇଁ ସୁବର୍ଣ୍ଣ ଯୁଗ ଆସିଛି। ସେମାନେ ସମ୍ମାନର ସହ ବଞ୍ଚିଛନ୍ତି।
ନବୀନଙ୍କ ବିକାଶ ରଥର ସାରଥୀ ହେଉଛନ୍ତି କାର୍ତ୍ତିକ ପାଣ୍ଡିଆନ
ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରୁଛନ୍ତି ଶ୍ରୀ ପାଣ୍ଡିଆନ। ସେ ଓଡିଶାବାସୀଙ୍କର ଶୀରାପ୍ରସିରାରେ ମିଶି ଯାଇଛନ୍ତି।
ଓଡିଶାରେ ଆଜି ଯେଉଁ ରୂପାନ୍ତର ପ୍ରକ୍ରିୟା ଚାଲିଛି, ସେଥିପାଇଁ ସାରା ବିଶ୍ବରେ ଥିବା ଓଡିଆ ଭାଇଭଉଣୀ ଆଜି ଗର୍ବିତ ଓ ଗୌରବାନ୍ବିତ
ନବୀନ ବାବୁଙ୍କ ଯୋଗୁ ଆଜି ଓଡିଆ ଜାତି ସମଗ୍ର ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ପାଇଛି ।

କନ୍ଧମାଳ  : ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରେ ଧୂଆଁଧାର ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ସାଂସଦ ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତ, ବାଲିଗୁଡା ବିଧାନସଭା ପ୍ରାର୍ଥୀ ଚକ୍ରମଣି କହଁର, ଜି.ଉଦୟଗିରି ପ୍ରାର୍ଥୀ ସାଲୁଗା ପ୍ରଧାନ ଓ ଦଶପଲ୍ଲା ବିଧାନସଭା ପ୍ରାର୍ଥୀ ରମେଶ ବେହେରାଙ୍କ ପାଇଁ ବିଶାଳ ଜନସଭାରେ ଯୋଗ ଦେଇ ବିଜୁ ଜନତା ଦଳକୁ ବିପୁଳ ସଂଖ୍ୟାରେ ଜିତାଇବା ପାଇଁ ଆହ୍ବାନ ଦେଇଛନ୍ତି। ଯୋଡି ଶଙ୍ଖରେ ଭୋଟ ଦେଇ ନବୀନ ବାବୁଙ୍କୁ ଆଶୀର୍ବାଦ କରିବାକୁ ସେ ଅନୁରୋଧ କରିଛନ୍ତି।

ସାଂସଦ ପ୍ରାର୍ଥୀ ଅଚ୍ୟୁତ ବାବୁଙ୍କ ଉଚ୍ଚ ପ୍ରଶଂସା କରି ଶ୍ରୀ ପାଣ୍ଡିଆନ କହିଲେ ଯେ ସେ ଜୀବନରେ ବହୁତ କିଛି ହାସଲ କରିଛନ୍ତି। କେବଳ ସେବା ପାଇଁ ସେ ରାଜନୀତିକୁ ଆସିଛନ୍ତି। ନବୀନ ବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ଲୋକଙ୍କ ସେବା କରୁଛନ୍ତି।

ସେ କହିଥିଲେ ଯେ ସବୁଆଡେ ବିଶାଳ ଜନସମାବେଶ ଦେଖି ବିରୋଧୀ ଦଳ ଆତ୍ମବିଶ୍ବାସ ହରାଉଛି । ବର୍ଷକ ତଳେ ପଞ୍ଚାୟତ ନିର୍ବାଚନରେ ସବୁ ଜିଲ୍ଲାରେ ହାରିଥିଲେ, ତେଣୁ ତାଙ୍କ ମନୋବଳ ପୁରା ଭାଙ୍ଗି ଯାଇଛି।

ସେ ପୁଣି କହିଲେ ଯେ ବିରୋଧୀଙ୍କ ପାଖରେ କହିବାକୁ କିଛି ନାହିଁ, ତେଣୁ ମିଛ କହିବା ଆରମ୍ଭ କରିଛନ୍ତି, କେବଳ ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ଅପପ୍ରଚାର କରୁଛନ୍ତି ।

ବିରୋଧୀ ଦଳ ଉପରେ ଆକ୍ରମଣ ଜାରି ରଖି ସେ କହିଲେ ଯେ ସେମାନେ କହୁଛନ୍ତି ବିଧାନ ସଭାରେ ୧୨୦, ଲୋକସଭାରେ ୧୬ ପାଇବେ। କିନ୍ତୁ ଦେଖିଲା ବେଳକୁ candidate ଦେବାପାଇଁ ବିଜେପି ପାଖରେ ଲୋକ ନାହାନ୍ତି । ବିଜେଡି ଲିଷ୍ଟକୁ ଚାହିଁ ବସିଛନ୍ତି।

ଡବଲ ଇଞ୍ଜିନକୁ ତାତ୍ସଲ୍ୟ କରି କହିଲେ ଯେ ଓଡିଶାରେ ଡବଲ ଇଞ୍ଜିନ, ସିଙ୍ଗଲ ଇଞ୍ଜିନର କିଛି ମୂଲ୍ୟ ନାହିଁ। ଓଡିଶାରେ ଆମର କେବଳ ଗୋଟିଏ ଇଞ୍ଜିନ – ସେ ହେଉଛି ନବୀନ ଇଞ୍ଜିନ। ନବୀନ ଇଞ୍ଜିନର ଶକ୍ତି ବହୁତ ଅଧିକ, କେବେ ବି ଖରାପ ହେବ ନାହିଁ। ଡବଲ ଇଞ୍ଜିନ ଦେଉଛି ମାତ୍ର ୩୦୦ ଟଙ୍କା ଭତ୍ତା, ନବୀନ ଇଞ୍ଜିନ ଦେଉଛି ୧୦୦୦ ଟଙ୍କା ଭତ୍ତା।

ବିରୋଧୀ ଦଳର ମିଛ ପ୍ରତିଶୃତିକୁ ଲୋକଙ୍କ ସାମ୍ନାକୁ ଆଣି ସେ କହିଲେ ଯେ ସେମାନେ ବର୍ଷକୁ ୨ କୋଟି ଚାକିରୀ ଦେବେ ବୋଲି କହିଥିଲେ। ଏବେ ଚାକିରୀ କୁଆଡେ ଗଲା ? ପେଟ୍ରୋଲ, ଡିଜେଲ, ଗ୍ୟାସ ଦର କମେଇବେ ବୋଲି କହିଥିଲେ। ହିସାବ ଦେବାକୁ ସେମାନଙ୍କ ଦମ୍‌ ନାହିଁ।

ଆମର ଦମ୍‌ ଅଛି। ତେଣୁ ଲୋକଙ୍କୁ ଆମେ ସବୁବେଳେ ହିସାବ ଦେଇଚାଲିଛୁ। ନିର୍ବାଚନ ସରିଲା ପରେ ମୁଁ ପୁଣି ଆସି ଆପଣଙ୍କୁ ହିସାବ ଦେବି। ଆପଣମାନେ ବିରୋଧୀ ଦଳଙ୍କୁ ପଚାରନ୍ତୁ, ହିସାବ ମାଗନ୍ତୁ। ହିସାବ ମାଗିଲେ ଲୁଚିକି ପଳେଇବେ, ଆଉ ଦେଖା ଦେବେନି। ନବୀନ ଗ୍ୟାରେଣ୍ଟି ହେଉଛି ଆମେ ପୁଣି ଆସିବୁ, ଆପଣମାନଙ୍କୁ ପୁଣି ହିସାବ ଦେବୁ।

ଯୁବପୀଢି ଓଡିଶାର ଭବିଷ୍ୟତ ବୋଲି ମତଦେଇ ସେ କହିଲେ ଯେ ଆଗାମୀ ୧୦ ବର୍ଷ ହେବ ଯୁବପୀଢିଙ୍କ ବର୍ଷ। ଯୁବପୀଢି ସଶକ୍ତ ହେବେ, ଓଡିଶାକୁ ନମ୍ବର ୱାନ କରିବେ।

ମୁଖ୍ୟମନ୍ତ୍ରୀ ସବୁ ଧର୍ମକୁ, ସବୁ ଧର୍ମାବଲମ୍ବୀଙ୍କୁ ସମ୍ମାନ କରନ୍ତି ବୋଲି ମତ ଦେଇ ସେ କହିଲେ ଯେ ସେଥିପାଇଁ ଓଡିଶାରେ ଶାନ୍ତି ଅଛି।

ପଡୋଶୀ ଛତିଶଗଡ ଓ ଝାରଖଣ୍ଡର ଉଦାହରଣ ଦେଇ ସେ କହିଲେ ଯେ ସେଠାରେ ଡବଲ ଇଞ୍ଜିନ ଚାଲିଥିଲା। କିନ୍ତୁ ସେମାନେ ଆଦିବାସୀଙ୍କ ପାଇଁ କଣ କରିଛନ୍ତି। କିଛି କରି ନାହାନ୍ତି।

ଓଡିଶାରେ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ କରିଛନ୍ତି। ଭାଷା, ସାହିତ୍ୟ, ସଂସ୍କୃତି, ପୂଜାସ୍ଥଳୀ, ଜାହିରା ଆଦିର ସଂରକ୍ଷଣ କରୁଛନ୍ତି। କନ୍ଧମାଳ SDCରେ ଗତ ଏକ ବର୍ଷ ମଧ୍ୟରେ ୧୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଜନଜାତିଙ୍କ ସଂଗୃହିତ ଜଙ୍ଗଲଜାତ ଦ୍ରବ୍ୟ ସରକାର କିଣିବା ପାଇଁ ଲାଭ ଯୋଜନା କରିଛନ୍ତି। ଆପଣମାନେ ସମସ୍ତେ ଉଚିତ ମୂଲ୍ୟ ପାଇବେ। କେହି ଆପଣଙ୍କୁ ଠକି ପାରିବେ ନାହିଁ।

ସାଂସଦ ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତ କହିଲେ ଯେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଆଜି ଓଡିଶାର ମା ଭଉଣୀ ମାନଙ୍କ ପାଇଁ ସୁବର୍ଣ୍ଣ ଯୁଗ ଆସିଛି। ସେମାନେ ସମ୍ମାନର ସହ ବଞ୍ଚିଛନ୍ତି।

ପାଣ୍ଡିଆନଙ୍କ କଠିନ ପରିଶ୍ରମର ପ୍ରଶଂସା କରି ସେ କହିଲେ ଯେ ନବୀନଙ୍କ ବିକାଶ ରଥର ସାରଥୀ ହେଉଛନ୍ତି କାର୍ତ୍ତିକ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସେ ସାକାର କରୁଛନ୍ତି । ଓଡିଶାବାସୀଙ୍କର ଶୀରାପ୍ରସିରାରେ ମିଶି ଯାଇଛନ୍ତି।

ସେ ପୁଣି କହିଥିଲେ ଯେ ଓଡିଶାରେ ଆଜି ଯେଉଁ ରୂପାନ୍ତର ପ୍ରକ୍ରିୟା ଚାଲିଛି, ସେଥିପାଇଁ ସାରା ବିଶ୍ବରେ ଥିବା ଓଡିଆ ଭାଇଭଉଣୀ ଆଜି ଗର୍ବିତ ଓ ଗୌରବାନ୍ବିତ। ନବୀନ ବାବୁଙ୍କ ଯୋଗୁ ଆଜି ଓଡିଆ ଜାତି ସମଗ୍ର ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ପାଇଛି ।

ବିକାଶ କାମର ହିସାବ ଦେଇ ଶ୍ରୀ ପାଣ୍ଡିଆନ କହିଲେ ଯେ ଆପଣମାନଙ୍କ ଅନୁରୋଧକ୍ରମେ ବର୍ତ୍ତମାନ ବାଲିଗୁଡାରେ ୩୩୫ କୋଟି ଟଙ୍କାର କାମ ଚାଲିଛି।

ଜଗନ୍ନାଥ ମନ୍ଦିର, ପାଟଖଣ୍ଡା ମନ୍ଦିର ଓ ଧବଳେଶ୍ବର ଶିବ ମନ୍ଦିର ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କା। ବସ୍ତିଙ୍ଗିଆ ଚର୍ଚ୍ଚ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଏବଂ ବାରଖମା, କଞ୍ଜାମେଣ୍ଡିରେ ଖ୍ରୀଷ୍ଟିଆନ ମାଇନରିଟି ସେଣ୍ଟର ପାଇଁ ସହାୟତା। ବାଲିଗୁଡା-ମାଡିନତା ସ୍ଥାନୀୟ ନାଳ ଉପରେ ହାଇଲେବୁଲ ସେତୁ ପାଇଁ ୬ କୋଟି ଟଙ୍କା। ବାଲିଗୁଡା-ବାରଖମା-ଖମଣଖୋଳ-ସିନ୍ଧିଗୁଡା ରାସ୍ତାରେ ହାଇଲେବୁଲ ସେତୁ ପାଇଁ ୫.୭୦ କୋଟି ଟଙ୍କା। ବାଲୁଗୁଡା-ବୁଦାଗୁଡା ରାସ୍ତାର ଉନ୍ନତି ପାଇଁ ୪୫ କୋଟି ଟଙ୍କା, ପିଡାମାହା-ଡୁଡୁମିଲା ରାସ୍ତାର ଉନ୍ନତିକରଣ ଓ ସେତୁ ନିର୍ମାଣ ପାଇଁ ୧୯.୫୦ କୋଟି ଟଙ୍କା, ଗୁମୁଡୁମାହା-ଲହାଡି ରାସ୍ତା ଉନ୍ନତିକରଣ ଓ ସେତୁ ନିର୍ମାଣ ପାଇଁ ୧୧.୫୦ କୋଟି ଟଙ୍କା ଏବଂ ଲୁଡୁ ଜଳପ୍ରପାତ ଓ ସର୍ପନଳା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୧.୨୦ କୋଟି ଟଙ୍କାର କାମ ଚାଲିଛି ।

ଜି.ଉଦୟଗିରିରେ ୯୭ କୋଟି ଟଙ୍କାର କାମ ଚାଲିଛି । ଏଥିସହିତ ରାଇକିଆକୁ ଏନ.ଏ.ସି ମାନ୍ୟତା ପ୍ରଦାନ, କନ୍ଧ, କୁମ୍ଭାର ଓ କୁଇ ସଂପ୍ରଦାୟଙ୍କୁ ଜନଜାତି ତାଲିକାରେ ସ୍ଥାନୀତ, ବାଲୁଙ୍କେଶ୍ବର ଶିବ ମନ୍ଦିର ପାଇଁ ୧୦ ଲକ୍ଷ ଟଙ୍କା, ପଙ୍ଗାନାଜୁ ଚର୍ଚ୍ଚ ପାଇଁ ୧୦ ଲକ୍ଷ, ବ୍ରେକା କାଥୋଲିକ ଚର୍ଚ୍ଚ ପାଇଁ ୧୦ ଲକ୍ଷ, ଦାରିଙ୍ଗବାଡି ପର୍ଯ୍ୟଟନର ବିକାଶ ପାଇଁ ୧୭.୧୧ କୋଟି, ଦାଦଲକୁଟି-ରଟିଙ୍ଗିଆ ରାସ୍ତା ଉପରେ ହାଇଲେବୁଲ ସେତୁ ପାଇଁ ୮.୮୦ କୋଟି, ଟିକାବାଲି ବ୍ଲକ୍‌ରେ ସାଲୁଙ୍କି ନଦୀ ଉପରେ ହାଇଲେବୁଲ ସେତୁ ପାଇଁ ୬.୧୦ କୋଟି, ସୁଗାଡବାଡି ଡିଗି ରାସ୍ତା ପାଇଁ ୧୧.୫୦ କୋଟି ଟଙ୍କା, ଟିକାବାଲି, ଦାରିଙ୍ଗବାଡି ଓ ଜି.ଉଦୟଗିରି ବ୍ଲକ୍‌ର ୧୮ଟି ଗ୍ରାମପଞ୍ଚାୟତରେ ମେଗା ପାଇପ ଜଳଯୋଗାଣ ପାଇଁ ୭୮ କୋଟି ଟଙ୍କା, ୧୦ ହଜାର ଜନଜାତି ପିଲାଙ୍କ ପାଇଁ ୧୨୫ଟି ହଷ୍ଟେଲ ଏବଂ ଜି.ଉଦୟଗିରି ଅଞ୍ଚଳରେ ୬୪,୧୭୦ ଜଣ ହିତାଧିକାରୀ BSKYରେ ସାମିଲ ହୋଇଛନ୍ତି ବୋଲି ସେ କହିଥିଲେ ।

ସେହିପରି ଦଶପଲ୍ଲା ନିର୍ବାଚନମଣ୍ଡଳୀରେ ୧୭୦୦ କୋଟି ଟଙ୍କାର କାମ ଚାଲିଛି । ଏଥିସହିତ ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ୧୬୬୦ କୋଟି, ଡିମିରିଆ-ରାଉତପଡା ନଦୀଗର୍ଭ ଜଳାଶୟ ପାଇଁ ୧୫୦୦ କୋଟି, ଦଶପଲ୍ଲା ମହାବୀର ମନ୍ଦିର ପାଇଁ ୪.୫୦ କୋଟି, ସ୍ବପ୍ନେଶ୍ବର ମହାବୀର ମନ୍ଦିର ପାଇଁ ୫ କୋଟି ଏବଂ ଅନ୍ୟାନ୍ୟ ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ ପାଇଁ ୫ କୋଟି ଟଙ୍କା, ଦଶପଲ୍ଲାର ୪୨ଟି ଗ୍ରାମପଞ୍ଚାୟତର ୬୨୩ ଗ୍ରାମରେ ମେଗା ପାଇପ ଜଳଯୋଗାଣ ପାଇଁ ୪୮୦ କୋଟି ଟଙ୍କା, ଦଶପଲ୍ଲାର ୫୫,୩୦୦ ହିତାଧିକାରୀ BSKYରେ ସାମିଲ ହୋଇଥିବା ବେଳେ, ୩୮,୫୦୦ ଜଣ ସାମାଜିକ ସୁରକ୍ଷା ପେନ୍‌ସନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ବୋଲି ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking