29.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଜାଲ ନୋଟ୍ କାରବାର ଆତଙ୍କବାଦ କାର୍ଯ୍ୟକଳାପ ଭାବେ ଗଣାଯିବ

ଜାଲ ନୋଟ୍ କାରବାର ଆତଙ୍କବାଦ କାର୍ଯ୍ୟକଳାପ ଭାବେ ଗଣାଯିବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନୂଆ ଅପରାଧିକ ଆଇନରେ ‘ଆତଙ୍କବାଦୀ କାର୍ଯ୍ୟ’ର ଆଇନଗତ ସଂଜ୍ଞାକୁ ସଂଶୋଧନ କରିଛନ୍ତି । ନୂଆ ଅପରାଧିକ ଆଇନରେ ନକଲି ନୋଟ୍ ଚଳାଇବା ଓ ସରକାରଙ୍କୁ ଧମକ ଦେବା ପାଇଁ ଅପହରଣ କରିବା, କାହାକୁ ଆହତ କରିବା ଏବଂ ତାଙ୍କ ମୃତ୍ୟୁ ଘଟାଇବା ମଧ୍ୟ ଆତଙ୍କବାଦ ଶ୍ରେଣୀରେ ରହିବ । ଏହା ସହିତ ନିଷ୍ଠୁରତା ବା କ୍ରୁରତାର ପୁନଃବ୍ୟାଖ୍ୟା କରାଯାଇଛି, ଯେଉଁଥିରେ ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇବାକୁ ଅନ୍ତର୍ଭୁକ୍ତ କରାଯାଇଛି । ସରକାର ଭାରତୀୟ ନ୍ୟାୟ ସଂହିତା ବା ବିଏନ୍‌ଏସରେ ଦୁଇଟି ନୂଆ ଧାରା ଯୋଡ଼ିଛନ୍ତି । ଏହାର ଧାରା-୮୬ ରେ ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟକୁ ନଷ୍ଟ କରିବା ପାଇଁ “ନିଷ୍ଠୁରତା”କୁ ବ୍ୟାଖ୍ୟା କରାଯାଇଛି ।

ବିଲର ପୂର୍ବ ସଂସ୍କରଣରେ ଧାରା ୮୫ରେ ପତ୍ନୀଙ୍କ ପ୍ରତି ଅତ୍ୟାଚାର ପାଇଁ ଦୋଷୀ ସାବ୍ୟସ୍ତ ସ୍ୱାମୀ କିମ୍ବା ତାଙ୍କ ପରିବାର ସଦସ୍ୟଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡର ବ୍ୟବସ୍ଥା ଥିଲା । ତେବେ ଏଥିରେ ନିଷ୍ଠୁର ଆଚରଣକୁ ବ୍ୟାଖ୍ୟା କରାଯାଇନଥିଲା । ଏହାକୁ ବର୍ତ୍ତମାନ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଏହି ସଂଜ୍ଞାରେ ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟ ସହିତ ତାଙ୍କ ଶାରୀରିକ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି । ଏହି ବିଲ୍ ରେ ଯୌନ ନିର୍ଯାତନାର ଶିକାର ହୋଇଥିବା ମହିଳାଙ୍କୁ ତାଙ୍କ ବିନା ସମ୍ମତିରେ ଅଦାଲତ ପ୍ରକ୍ରିୟା ମାଧ୍ୟମରେ ନିଜର ପରିଚୟ ପ୍ରକାଶ କରିବା ପାଇଁ ୨ ବର୍ଷ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking