29.1 C
Bhubaneswar
Saturday, April 27, 2024
Homeଓଡିଶାସ୍ମାଟର୍ଫୋନ ର ବହୁଳ ବ୍ୟବହାର କରନ୍ତି କି ..ରୁହନ୍ତୁ ସାବଧାନ

ସ୍ମାଟର୍ଫୋନ ର ବହୁଳ ବ୍ୟବହାର କରନ୍ତି କି ..ରୁହନ୍ତୁ ସାବଧାନ

ଭୁବନେଶ୍ୱର : ଆଜିର ଡିଜିଟାଲ ଯୁଗ ଅନୁସାରେ ତାଳ ଦେଇ ଆଗକୁ ବଢ଼ୁଥିବା ଲୋକେ ସ୍ମାର୍ଟଫୋନକୁ ନିଜର ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ମନେକରୁଛନ୍ତି। ଯଦିଓ ଆଜିର ସମୟରେ ଏହାର ଉପଯୋଗରେ ବିଭିନ୍ନ ସୁବିଧା ଉପଲବ୍ଧ ହେଉଛି, ତେବେ କେତୋଟି ଦିଗ ପ୍ରତି ବେଶ୍ ଧ୍ୟାନ ଦେବା ଜରୁରୀ। ଫୋନକୁ ଅକାମୀ ହେବାରୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ଲୋକେ ଏହାର ବ୍ୟବହାର ନିୟମ ଜାଣିବା ଉଚିତ।
ଫୋନକୁ ଘଣ୍ଟାଘଣ୍ଟା ଧରି ଚାର୍ଜ କରୁଥିଲେ, ତାହା ବିପଦଜ୍ଜନକ। ଦିନକୁ ଥରୁଟିଏ ଫୁଲ୍ ଚାର୍ଜ କରାଇନେବା ଭଲ।ଏହାସହ ଫୋନ କୁ ଚାର୍ଜ କରିବା ସମୟରେ ବ୍ୟବହାର ନକରିବା ଆବଶ୍ୟକ । ଚାର୍ଜ କରୁଥିବା ସମୟରେ କେବେହେଲେ କୌଣସି କଲ୍ କରନ୍ତୁନାହିଁ। ଫୋନ୍ ବିସ୍ଫୋରଣ ହେବାର ସମ୍ଭାବନା ସର୍ବାଧିକ ରହିଛି। ନିୟମିତ ଅନ୍-ଲାଇନ୍ ଗେମ୍ ଖେଳିବା ମଧ୍ୟ ସ୍ମାର୍ଟଫୋନ୍ ଖରାପ କରିବାର ଆଶଙ୍କା ବଢ଼ାଇଥାଏ। ଦୈନିକ ଘଣ୍ଟାଘଣ୍ଟା ୱାଇଫାଇ ଓ ହଟସ୍ପଟ୍ ଅନ୍ ରଖିଲେ ମଧ୍ୟ ଫୋନ୍ ପ୍ରତି ବିପଦ ବଢ଼େ। ଫୋନର ସଫଟୱେୟାର ଯଥା ସମୟରେ ଅପଡେଟ କରାଇବା ବି ଜରୁରୀ କାମ। ଏହା ସହ ଫୋନ୍ ମେମୋରୀକୁ ଫୁଲ୍ ନ ରଖି ନିୟମିତ ଭାବେ ଅଦରକାରୀ ଫଟୋ ଓ ଭିଡିଓ ଡିଲିଟ୍ କରିବା ଉଚିତ।ଅନ୍-ଲାଇନ୍ ମ୍ୟୁଜିକ୍ ଶୁଣୁଥିବା ଲୋକେ ମଧ୍ୟ ସାବଧାନ। ଏହା ଫୋନକୁ ଶୀଘ୍ର ଗରମ କରିବା ସହ ବିସ୍ଫୋରଣ ହେବାର ମଧ୍ୟ ଭୟ ଥାଏ।ତେଣୁ ଗୀତ ଡାଉନ ଲୋଡ଼ କରି ଶୁଣିଲେ ବେଶୀ ଭଲ ।କାନରେ ଇୟାରଫୋନ ଦେଇ ଘଣ୍ଟା ଘଣ୍ଟା ଗପିବା ବି ବ୍ରେନ ଉପରେ ପ୍ରଭାବ ପକାଏ ତେଣୁ ଲମ୍ବା ସମୟ ଧରି କଥା ହୁଅନ୍ତୁ ନାହିଁ । ମୋବାଇଲ କୁ ମୁଣ୍ଡ ପାଖରେ ଥୋଇ ସୁଅନ୍ତୁ ନାହିଁ କାରଣ ଏହାର ରେଡ଼ିଏନ୍ସ ଆପଣଙ୍କ ଶରୀର ଉପରେ କୁପ୍ରଭାବ ପକେଇବାର ବହୁ ସମ୍ଭାବନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking