33.1 C
Bhubaneswar
Saturday, April 27, 2024
HomeUncategorizedବୁଡିବନି ଜମାଥିବା ଅର୍ଥ ରାଶି: ନିର୍ମଳା ସୀତାରମଣ

ବୁଡିବନି ଜମାଥିବା ଅର୍ଥ ରାଶି: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ୟେସ ବ୍ୟାଙ୍କ ଖାତାଧାରୀଙ୍କୁ ଭରଷା ଦେଇଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ୟେସ ବ୍ୟାଙ୍କର ବର୍ତମାନ ସ୍ଥିତିକୁ ଆରବିଆଇ ଏବଂ କେନ୍ଦ୍ର ସରକାର ବିସ୍ତୃତ ରୂପରେ ଦେଖୁଛନ୍ତି । ଆମେ ଯେଉଁ ଉପାୟ କରିବାକୁ ଯାଉଛୁ, ତାହା ସମସ୍ତଙ୍କର ହିତପକ୍ଷେ ରହିବ । ରିଜର୍ଭ ବ୍ୟାଙ୍କ ମତେ ଭରଷା ଦେଇଛନ୍ତି ଯେ, ୟେସ ବ୍ୟାଙ୍କର କୌଣସି ଗ୍ରାହକଙ୍କ ଜମା ଥିବା ଅର୍ଥ ରାଶି ବୁଡିବନି । ମୁଁ ୟେସ ବ୍ୟାଙ୍କ ସମସ୍ତ ଆକାଉଂଟଧାରୀଙ୍କୁ ଜଣାଇ ଦେବାକୁ ଚାହୁଁଛି ଯେ, ସେମାନେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ସେମାନଙ୍କ ଅର୍ଥ ସଂପୂର୍ଣ୍ଣ ରୂପେ ସୁରକ୍ଷିତ ରହିଛି । ମୁଁ ଲଗାତର ରିଜର୍ଭ ବ୍ୟାଙ୍କ ସହ ସଂପର୍କରେ ରହିଛି । ସୂଚନାଯୋଗ୍ୟ ଯେ, ଦେଶର ବିଭିନ୍ନ ପ୍ରାନ୍ତରେ ଏବେ ଏଟିଏମ ଓ ବ୍ୟାଙ୍କ ସାମ୍ନାରେ ଲମ୍ବା ଲାଇନ ଦେଖିବାକୁ ମିଳୁଛି । ଜମାଥିବା ଅର୍ଥରାଶିକୁ ସେମାନେ ଉଠାଇବା ପାଇଁ ଏଟିଏମ ଓ ବ୍ୟାଙ୍କ ଆଗରେ ଲାଇନ ଲଗେଇଛନ୍ତି । ଏହାକୁ ବାଦ୍ ଦେଲେ ଇଂଟରନେଟ ବ୍ୟାଙ୍କିଂ ସେବା ମଧ୍ୟ ଠପ୍ ହୋଇଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking