28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଷ୍ଟକ ମାର୍କେଟରେ ବ୍ୟବସାୟ ମାନ୍ଦା

ଷ୍ଟକ ମାର୍କେଟରେ ବ୍ୟବସାୟ ମାନ୍ଦା

ମୁମ୍ବାଇ: ଭାରତରେ କରୋନା ଭାଇରସ ରୋଗୀଙ୍କ ସଂଖ୍ୟା ଧିରେ ଧିରେ ବଢ଼ୁଛି । ଏହାରି ଭିତରେ ଷ୍ଟକ ମାର୍କେଟରେ ବ୍ୟବସାୟ ମାନ୍ଦା ପଡ଼ିଛି । ଶୁକ୍ରବାର ଦିନ କାରବାର ଆରମ୍ଭ ହେବା ମାତ୍ରେ ସେୟାର୍ ବଜାରର ସେନ୍‌ସେକ୍ସ ୧୪୦୦ରୁ ଅଧିକ ପଏଣ୍ଟ୍ ଖସିଯାଇଛି । ସେସନ୍ ଆରମ୍ଭରେ ବିଏସଇ ସେନ୍‌ସେକ୍ସ ୧୪୫୯ ପଏଣ୍ଟ୍ ଖସି ୩୭, ୦୧୧. ୦୯ରେ ବ୍ୟବସାୟ ହୋଇଥିବା ବେଳେ ନିଫଟି ୩୬୨. ୩୦ ପଏଣ୍ଟ୍ ଖସି ୧୦, ୯୦୬. ୭୦ରେ ବ୍ୟବସାୟ ହୋଇଛି ।
ସାରା ବିଶ୍ୱରେ ବ୍ୟବସାୟିକ ସ୍ଥିତି କରୋନା ପାଇଁ ହ୍ରାସ ପାଇଛି । ସେନସେକ୍ସ ଏବଂ ନିଫ୍ଟିର ପଏଣ୍ଟ ଅଧିକ ପରିମାଣରେ ହ୍ରାସ ପାଇ ଆରମ୍ଭ ହୋଇଛି । ବିଏସଇ ମିଡକ୍ୟାପ୍ ଇଣ୍ଡେକ୍ସ ୧.୮୯ ପ୍ରତିଶତ ହୋଇଥିବା ବେଳେ ଛୋଟ କ୍ୟାପ୍ ଇଣ୍ଡେକ୍ସ ୧.୦୭ ପ୍ରତିଶତ ହ୍ରାସ ହୋଇଛି । ଆଜି ତୈଳ ଏବଂ ଗ୍ୟାସ ଷ୍ଟକର ଦୁର୍ବଳତା ମଧ୍ୟ ଦେଖାଯାଇଛି । ବିଏସଇର ତୈଳ ଏବଂ ଗ୍ୟାସ ସୂଚକାଙ୍କ ୩.୨ ପ୍ରତିଶତ ଦୁର୍ବଳ ହୋଇଛି । ଖାଲି ଭାରତ ନୁହେଁ କରୋନା ପାଇଁ ଆମେରିକାର ଷ୍ଟକ ମାର୍କେଟରେ ମଧ୍ୟ ମାନ୍ଦାବସ୍ଥା ଦେଖାଦେଇଛି ।
ଦୁର୍ବଳ ଆର୍ଥିକସ୍ଥିତି ଯୋଗୁଁ ଗୁରୁବାର ସନ୍ଧ୍ୟାରେ ରିଜର୍ଭ ବ୍ୟାଙ୍କ୍ କଟକଣା ଜାରି କରିବାରୁ ୟେସ୍ ବ୍ୟାଙ୍କ୍ର ସେୟାର୍ ୧୫% କମିଯାଇଛି । କେବଳ ୟେସ୍ ବ୍ୟାଙ୍କ୍ ନୁହେଁ ଏସ୍‌ବିଆଇ ସେୟାର୍ ମଧ୍ୟ ୭% କମିଯାଇଛି । ଟିସିଏସ୍, ଟେକ୍ ମହିନ୍ଦ୍ରା, ଟାଟା ମୋଟରର୍ସ, ଆରଆଇଏଲ୍‌ , ଆଇସିଆଇସି ବ୍ୟାଙ୍କର ସେୟାର୍ ମଧ୍ୟ କମିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking