26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଦିଲ୍ଲୀରେ ରେକର୍ଡ ଭାଙ୍ଗିଲା ବର୍ଷା

ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା ବର୍ଷା

ନୂଆଦିଲ୍ଲୀ : ଗତ ୨୯ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରିବା ପରେ ଏବେ ମଧ୍ୟ ଭାରତରେ ରହିଛି । ଏହି ଲଘୁଚାପ ଯୋଗୁଁ ଓଡ଼ିଶାରେ ସେତେଟା ବର୍ଷା ହୋଇନଥିଲେ ବି ମଧ୍ୟ-ଭାରତ ଓ ଉତ୍ତର-ଭାରତରେ ପ୍ରବଳ ବର୍ଷା କରାଇଛି । ସେପ୍ଟେମ୍ବର ୧ରେ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ଏତେ ଅଧିକ ବର୍ଷା ହୋଇଛି ଯେ ତାହା ଗତ ୧୯ ବର୍ଷର ରେକର୍ଡ ଭାଙ୍ଗି ଦେଇଛି । ମଙ୍ଗଳବାର ସକାଳ ସାଢେ ୮ଟାରୁ ବୁଧବାର ସକାଳ ସାଢେ ୮ଟା ମଧ୍ୟରେ ଦିଲ୍ଲୀରେ ୧୧୨ ମିଲିମିଟର ବର୍ଷା ହୋଇଛି ।

ତେବେ ସେପ୍ଟେମ୍ବର ମାସର ଗୋଟିଏ ଦିନରେ ଦିଲ୍ଲୀରେ ହୋଇଥିବା ସର୍ବାଧିକ ବର୍ଷାର ରେକର୍ଡ ଏବେ ବି ଅତୁଟ ରହିଛି । ୧୯୦୪, ମସିହା ସେପ୍ଟେମ୍ବର ୧୬ରେ ଦିଲ୍ଲୀରେ ୧୭୬.୫ ମିଲିମିଟର ବର୍ଷା ହୋଇଥିଲା । ସେହିପରି ସମଗ୍ର ସେପ୍ଟେମ୍ବର ମାସରେ ଦିଲ୍ଲୀରେ ହାରାହାରି ୧୨୯.୮ ମିଲିମିଟର ବର୍ଷା ହୋଇଥାଏ । ଏପରିକି ୨୦୨୦ ସେପ୍ଟେମ୍ବର ମାସରେ ଦିଲ୍ଲୀରେ ମାତ୍ର ୨୦.୮ ମିଲି ବର୍ଷା ହୋଇଥିଲା । ଏଥିରୁ ଅନୁମେୟ ଯେ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ କେତେ ବର୍ଷା ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking