31.1 C
Bhubaneswar
Sunday, May 19, 2024
Homeଓଡିଶାଆଜି ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ

ଆଜି ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ଆଜି ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ବିଦ୍ୟାଭାରତୀଙ୍କୁ ଜେରା ପାଇଁ ୨ ଟିମ୍‌ରେ ୨ ମହିଳା ଅଧିକାରୀ । ଗୁରୁବାର କପ୍ତିପଦାର ଗୌଡ଼ ଗାଁ ଯାଇ ବିଦ୍ୟା ଭାରତୀଙ୍କ ସହ ତାଙ୍କ ପରିବାର ଲୋକଙ୍କୁ ପଚରା ଉଚରା କରିବ କ୍ରାଇମବ୍ରାଞ୍ଚ ଟିମ୍ । ସୌମ୍ୟଙ୍କ ପରିବାରର ଅଭିଯୋଗକୁ ଆଧାର କରି ବିଦ୍ୟା ଭାରତୀଙ୍କୁ ୨ ଜଣ ମହିଳା ଡିଏସପି ତାଙ୍କୁ ଜେରା କରିବେ । ସୌମ୍ୟଙ୍କ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ । ବୁଧବାର କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ବରେ ସୌମ୍ୟଙ୍କ ପରିବାର ସଦସ୍ୟଙ୍କୁ ସାଢ଼େ ୩ ଘଣ୍ଟା ପଚରାଉଚରା କରାଯାଇଛି । ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର, ମାଆ ତୁଳସୀ, ମାମୁ ଶୀତିକଣ୍ଠ ପଣ୍ଡା, ବଡ଼ ମାଇଁ ଉର୍ମିଳା ପଣ୍ଡା ଓ ବଡ଼ ଭାଇ ରଞ୍ଜନଙ୍କୁ ସାଢ଼େ ତିନି ଘଣ୍ଟା ପଚରା ଉଚରା କରି ଫେରିଥିଲା । ସୌମ୍ୟ ଫୋନରେ କରିଥିବା ବାର୍ତ୍ତାଳାପ, ବିଦ୍ୟାଭାରତୀଙ୍କ ଡିଏଫ୍ଓଙ୍କ ସହ ସଂପର୍କ , ସୌମ୍ୟ କିଭଳି ମାନସିକ ଚାପରେ ରହୁଥିଲେ ଆଦି ବିଷୟରେ କ୍ରାଇମବ୍ରାଞ୍ଚକୁ ଜଣାଇଥିଲେ ସୌମ୍ୟଙ୍କ ପରିବର । ସୌମ୍ୟଙ୍କ ସନ୍ଦେହ ଜନକ ମୃତ୍ୟୁ ମାମଲାରେ ପାରଳାଖେମୁଣ୍ଡିରୁ ଅନେକ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ । ତେବେ ବିଭିନ୍ନ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking