ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ସିବିଏସଇ ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ ପାଇଛି । cbse.gov.in, results.cbse.nic.inୱେବସାଇଟରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ଡିଜିଲକର ଏବଂ ଉମଙ୍ଗ ଆପରେ ମଧ୍ୟ ରେଜଲ୍ଟ ଦେଖିପାରିବେ। ୱେବସାଇଟରେ ଉପଲବ୍ଧ ସିଧାସଳଖ ଲିଙ୍କ ମାଧ୍ୟମରେ ସେମାନଙ୍କର ଫଳାଫଳ ଏବଂ ମାର୍କସିଟ୍ ଯାଞ୍ଚ କରିପାରିବେ ।ଚଳିତ ବର୍ଷ ପରୀକ୍ଷାରେ ପୁଅଙ୍କ ପାସ ହାର ୮୨% ରହିଥିଲା ବେଳେ ଝିଅଙ୍କ ପାସ ହାର ୮୮% ରହିଛି । ଏଥର ବି ପୁଅଙ୍କୁ ପଛରେ ପକାଇଲେ ଝିଅ । ୧୮.୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ୧୦ ଲକ୍ଷରୁ ଅଧିକ ଛାତ୍ର ଓ ୮ ଲକ୍ଷରୁ ଅଧିକ ଛାତ୍ରୀ ପରୀକ୍ଷା ଦେଇଥିଲେ । ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୧୭ ଫେବୃଆରୀରୁ ୯ ଏପ୍ରିଲ ୨୦୨୬ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।










