ଭୁବନେଶ୍ୱର: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ । ଆଜି ଜୟଦେବ ବିହାର ଏବଂ ଆଚାର୍ଯ୍ୟ ବିହାର ମଧ୍ୟରେ ଜଣେ ବାଇକ ଆରୋହୀଙ୍କୁ ପଛରୁ ଧକ୍କା ଦେଇଛି । ଦୁର୍ଘଟଣାରେ ବାଇକ ଆରୋହୀ ଜଣକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଏହାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଛି ଉତ୍ତ୍ୟକ୍ତ ଲୋକେ ବସର କାଚ ଭାଙ୍ଗି ଦେଇଥିବା ବେଳେ ପୁଲିସ ବୁଝାସୁଝା କରିଛି । ତେବେ ଆମ ବସ ଦୁର୍ଘଟଣା ଖବର ନୁଆଁ ନୁହେଁ । ଏମିତି ଅନେକ ଥର ଦୁର୍ଘଟଣା ଘଟାଇ ନୀରୀହ ଲୋକଙ୍କ ଜୀବନ ନେଲାଣି । କେତେ ସଚେତନତା କରାଇଲେ ମଧ୍ୟ ଅମାନିଆ ଡ୍ରାଇବର ବେପରୁଆ ଭାବେ ଗାଡି ଚଳାଇ ଏଭଳି କାଣ୍ଡ ଘଟାଉଛନ୍ତି ।










