33.1 C
Bhubaneswar
Tuesday, July 7, 2026
Homeଓଡିଶାଅହମ୍ମଦାବାଦ ବିସ୍ଫୋରଣ: ୩୮ ଦୋଷୀଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ

ଅହମ୍ମଦାବାଦ ବିସ୍ଫୋରଣ: ୩୮ ଦୋଷୀଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ଦେଶକୁ ଥରାଇ ଦେଇଥିବା ଅହମ୍ମଦାବାଦ ସିରିଜ୍ ବିସ୍ଫୋରଣ ମାମଲାରେ ଆସିଛି ବହୁ ପ୍ରତୀକ୍ଷିତ ରାୟ । ଗୁଜୁରାଟ ହାଇକୋର୍ଟ ଏହି ମାମଲାରେ କଠୋର ରାୟ ଶୁଣାଇ ୩୮ ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଏବଂ ୧୧ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।ଏହା ସହ ବିସ୍ଫୋରଣରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ଉଲ୍ଲେଖଯୋଗ୍ୟ, ଅହମ୍ମଦାବାଦର ବିଭିନ୍ନ ସ୍ଥାନରେ ହୋଇଥିବା ସିରିଜ୍ ବିସ୍ଫୋରଣରେ ୫୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ । ଏହି ଆକ୍ରମଣ ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିଲା ଏବଂ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଥିଲା । ଦୀର୍ଘ ବର୍ଷ ଧରି ଚାଲିଥିବା ଆଇନଗତ ପ୍ରକ୍ରିୟା ପରେ ହାଇକୋର୍ଟଙ୍କ ଏହି ରାୟକୁ ପୀଡ଼ିତ ପରିବାରଙ୍କ ପାଇଁ ନ୍ୟାୟର ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି । ସେପଟେ ଏହି ରାୟ ଦେଶରେ ଆତଙ୍କବାଦ ବିରୋଧୀ ଲଢ଼େଇକୁ ଆହୁରି ସୁଦୃଢ଼ କରିବ ବୋଲି ଆଇନ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking