28.1 C
Bhubaneswar
Saturday, April 27, 2024
Homeଓଡିଶା୧୮ରେ ରଥଯାତ୍ରା ମାମଲାର ଶୁଣାଣି

୧୮ରେ ରଥଯାତ୍ରା ମାମଲାର ଶୁଣାଣି

ନୂଆଦିଲ୍ଲୀ: ଆସନ୍ତା ୧୮ ତାରିଖରେ ହେବ ରଥଯାତ୍ରା ମାମଲାର ଶୁଣାଣି । ଓଡିଶା ବିକାଶ ପରିଷଦ ଦାୟର କରିଥିବା ମାମଲାର ସୁପ୍ରିମକୋର୍ଟରେ ୧୮ ତାରିଖରେ ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଥିବା ସୂଚନା ମିଳିଛି । ତେବେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ହୋଇଥିବା ତିନି ଜଣିଆ ଖଣ୍ଡପୀଠରେ ଏହି ମାମଲରା ଶୁଣାଣି ହେବ । ମୂଳ ମାମଲା ସହ ଦାୟର ହୋଇଥିବା ୨ଟି କ୍ୟାଭେଟର ଶୁଣାଣି ମଧ୍ୟ ହେବ । ଏନେଇ ସୂଚନା ପ୍ରଦାନ କରିଛନ୍ତି ଓଡିଶା ବିକାଶ ପରିଷଦ ଓକିଲ ହିତେନ୍ଦ୍ର ନାଥ ରଥ ।
ଅନ୍ୟପଟେ ଆଜି ରଥ ଅନୁକୂଳ ପାଇଁ ଶ୍ରୀମନ୍ଦିର ପୁରୋହିତଙ୍କୁ ଅନୁମତି ପତ୍ର ମିଳିଛି । ଆଜି ପୁରୋହିତଙ୍କୁ ଅନୁମତି ପତ୍ର ପ୍ରଦାନ କରିଛି ଶ୍ରୀ ମନ୍ଦିର ପ୍ରଶସାନ । ତେବେ ଅନୁମତି ପତ୍ର ମିଳିବା ନେଇ ପୁରୋହିତ ସିଦ୍ଧେଶ୍ୱର ମହାପାତ୍ର ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଏବେ ସ୍ରୋତର ପ୍ରତିକୂଳ ପରିସ୍ଥିତିରେ ସବୁକିଛି ଚାଲୁ ରହିଛି । ଏଭଳି ସ୍ଥିତିରେ ଆଶା କରିବା ମହାପ୍ରଭୁଙ୍କ ରଥଯାତ୍ରା ହେଉ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking