30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଭାରତ-ଚୀନ ଯବାନ ମୁହାଁମୁହିଁ, ୩ ସହୀଦ

ଭାରତ-ଚୀନ ଯବାନ ମୁହାଁମୁହିଁ, ୩ ସହୀଦ

ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ପୁଣି ଦାଦାଗିରି ଦେଖାଇଛି ଚୀନ ସେନା । ଚୀନ ସେନାର ଆକ୍ରମଣରେ ୩ ଭାରତୀୟ ସହିଦ ହୋଇଥିବା ସୂଚନା ମିଳିଛି । ଜଣେ କର୍ଣ୍ଣେଲ ଏବଂ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ, ଭାରତ-ଚୀନ ସୀମାର ଗାଲଓାନ ଭ୍ୟାଲିରେ ଏହି ଆକ୍ରମଣ ହୋଇଛି । ଗତକାଲି ରାତିରେ ସଂଘର୍ଷ ପରେ ଅଧିକାରୀ ସ୍ତରୀୟ ଆଲୋଚନା ଜାରି ରହିଥିବା ଖବର ମିଳିଛି । ଏଥିରେ ଚୀନର ସୈନିକ ମୃତାହତ ହୋଇଛନ୍ତି କି ନାହିଁ, ସେ ନେଇ କୌଣସି ପ୍ରକାର ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସୂଚନାଯୋଗ୍ୟ ଯେ, ୧୯୭୫ ମସିହା ପରେ ପ୍ରଥମଥର ପାଇଁ ଭାରତ-ଚୀନ ସୀମାରେ ଯବାନ ସହିଦ ହୋଇଛନ୍ତି । ଦୀର୍ଘ ଦେଢ ମାସ ଧରି ଭାରତ ଓ ଚୀନ ସୀମାରେ ଯବାନଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି । ଭାରତ ପକ୍ଷରୁ ହୋଇଥିବା ସଡକ ନିର୍ମାଣକୁ ବିରୋଧ କରି ବିପୁଳ ମାତ୍ରାରେ ଚୀନ ସୈନିକ ସୀମାକୁ ପଶି ଆସିଥିଲେ । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଥିଲା ଏବଂ ଖୁବ ଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି ଆଶା କରାଯାଉଥିଲା ।
https://onakhabar.com/2020/06/16/senior-servitor-binayak-das-mohapatra-meets-2-ministers-says-about-1700-to-2000-servitors-police-admin-are-ready-to-pull-the-chariots/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking