28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗକେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ, ପତ୍ନୀଙ୍କ ସହ ନେଲେ ଟୀକା

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ, ପତ୍ନୀଙ୍କ ସହ ନେଲେ ଟୀକା

ନୂଆଦିଲ୍ଲୀ : ଆଜି ଟିକା ନେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ମଙ୍ଗଳବାର ସକାଳେ ଦିଲ୍ଲୀ ହାର୍ଟ ଆଣ୍ଡ ଲଙ୍ଗସ୍ ଇନଷ୍ଟିଚ୍ୟୁଟରେ ପତ୍ନୀ ନୂତନ ଗୋଏଲଙ୍କ ସହ କରୋନା ଭାଇରସ ଟିକା ନେଇଛନ୍ତି । ପତ୍ନୀ ନୂତନ ଗୋଏଲ ପ୍ରଥମେ ଟିକା ନେବା ପରେ ବର୍ଦ୍ଧନ ଟିକା ନେଇଥିଲେ । ଟିକା ନେବା ପରେ ସେ ୬୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ଏବଂ ୪୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ଟିକା ନେବାକୁ ନିବେଦନ କରିଥିଲେ । ବିନା ଦ୍ୱନ୍ଦରେ ଟିକା ନେବାକୁ ସେ କହିଥିଲେ । ୬୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଭାରତରେ ଦ୍ଵିତୀୟ ପର୍ଯ୍ୟାୟ କୋଭିଡ୍-୧୯ ଟୀକାକରଣ ଆରମ୍ଭ କରାଯାଇଛି । ଏହି ପର୍ଯ୍ୟାୟରେ ପାଖାପାଖି ୨୭୦ ନିୟୁତ ହିତାଧିକାରୀ ଅନ୍ତର୍ଭୁକ୍ତ ହେବେ । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରେ କୋଭାକ୍ସିନର ପ୍ରଥମ ଡୋଜ୍ ଗ୍ରହଣ କରିଛନ୍ତି । ଦ୍ଵିତୀୟ ପର୍ଯ୍ୟାୟ ପାଇଁ ପଞ୍ଜୀକରଣ ସୋମବାର ସକାଳ ୯ ଟାରୁ ଆରମ୍ଭ ହୋଇଥିଲା । କୋ-ୱିନ୍ ୱେବସାଇଟରେ ପଞ୍ଜୀକରଣ କରିବା ପରେ ଟିକା ନେଇ ପାରିବେ ବରିଷ୍ଠ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking