27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଦକ୍ଷିଣ ଆଫ୍ରିକା ଫେରନ୍ତା କରୋନା ପଜିଟିଭ

ଦକ୍ଷିଣ ଆଫ୍ରିକା ଫେରନ୍ତା କରୋନା ପଜିଟିଭ

ଭୁବନେଶ୍ୱର: ଗଂଜାମରୁ ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଂଜାମର ୪ଟି କେସ ପରୀକ୍ଷା ପାଇଁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ଚିହ୍ନଟ ହୋଇଛନ୍ତି । ଏନେଇ ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଂଜନ ମିଶ୍ର ସୂଚନା ପ୍ରଦାନ କରିଛନ୍ତି । ତେବେ ସଂପୃକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତମାନ ଠିକ୍ ଅଛି । ଉକ୍ତ ବ୍ୟକ୍ତିଙ୍କ ପରିବାର ହୋମ୍ ଆଇସୋଲେସନରେ ଅଛନ୍ତି । ପଜିଟିଭ ପରେ ଭଊତାଣୁର ଅନୁଧ୍ୟାନ ପାଇଁ ଏନସିଡିସି ଦିଲ୍ଲୀ ପଠାଯାଇଛି । ସେହିଭଳି ବାଲେଶ୍ୱରର ମଧ୍ୟ ଜଣେ ମହାରାଷ୍ଟ୍ର ଫେରନ୍ତା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଏବେ କରୋନା ଆକ୍ରାନ୍ତ ସଂଖ୍ୟା କମ୍ ଥିଲେ ମଧ୍ୟ ସଂକ୍ରମଣ ବନ୍ଦ ହୋଇନାହିଁ । ଅନ୍ୟପଟେ ମହାରାଷ୍ଟ୍ର, ମଧ୍ୟପ୍ରଦେଶରେ କରୋନାର ବ୍ରିଟେନ ଷ୍ଟ୍ରେନ ଚିହ୍ନଟ ହେବା ପରେ ସେଠାରେ ସଂକ୍ରମଣ ପୁଣି ବୃଦ୍ଧି ପାଇଛି । ଯାହାକୁ ନେଇ ଚିନ୍ତା ବଢିଛି । ସେଥିପାଇଁ ରାଜ୍ୟ ସରକାର ଏବେଠୁ ସତର୍କ ହୋଇଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking