32.1 C
Bhubaneswar
Thursday, May 2, 2024
Homeବ୍ରେକୀଙ୍ଗ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ ଜବତ

୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ ଜବତ

ଭୁବନେଶ୍ୱର : ମଙ୍ଗଳବାର କୋରାପୁଟରୁ ଜାଲନୋଟ ଜବତ କରିଛି ପୋଲିସ । ସୁଙ୍କି ଫାଣ୍ଡି ପୋଲିସ ଓ ପଟ୍ଟାଙ୍ଗୀ ଥାନା ପୋଲିସର ମିଳିତ ଉଦ୍ୟମରେ ପ୍ରଚୁର ପରିମାଣର ଜାଲ୍‌ ନୋଟ୍‌ ଜବତ ହୋଇଥିବା ସୂଚନା ମିଳିଛି । ଛତିଶଗଡ଼ରୁ ବିଶାଖାପାଟଣା ଚାଲାଣ କରାଯାଉଥିବା ବେଳେ ପୋଲିସ ହାତରେ ଧରାପଡ଼ିଛି । ସମସ୍ତ ନୋଟ ୫୦୦ ଟଙ୍କିଆ ଜାଲ ନୋଟ ହୋଇଥିବା ସୂଚନା ମିଳିଛି । ଗାଡିକୁ ଜବତ କରିଵା ସହ ୩ ଜଣକୁ ଗିରଫ କରିଛି ପୋଲିସ । ୩ ଜଣଙ୍କ ଘର ଛତିଶଗଡର ବୋଲି ଜଣା ପଡିଛି । ଏନେଇ ସୁନାବେଡ଼ା ଏସଡିପିଓ ନିରଞ୍ଜନ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ୭କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ ଜବତ ହୋଇଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking