38.8 C
Bhubaneswar
Friday, April 19, 2024
Homeପଶ୍ଚିମବଙ୍ଗ ନିର୍ବାଚନପଶ୍ଚିମବଙ୍ଗ ରାଜନିତୀର ମହାନାୟକ ଜ୍ୟୋତି ବସୁ

ପଶ୍ଚିମବଙ୍ଗ ରାଜନିତୀର ମହାନାୟକ ଜ୍ୟୋତି ବସୁ

ପଶ୍ଚିମବଙ୍ଗ : ୮ ଜୁଲାଇ ରେ ଭାରତର ଜଣେ ବରିଷ୍ଠ ନେତା ଜ୍ୟୋତି ବସୁଙ୍କ ଜନ୍ମଦିନ । ଭାରତରେ ବାମପନ୍ଥୀ ମାନଙ୍କ ସବୁୁଠାରୁ ବଡ ନେତା ଜ୍ୟୋତି ବସୁଙ୍କ ଜନ୍ମ ପରାଧୀନ ଭାରତରେ ୧୯୧୪କୁ ହୋଇଥିଲା । ସେ ପ୍ରଥମେ ସେଣ୍ଟଜାଭିଅର କଲେଜରୁ ନିଜ ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିଥିଲେ ଏହାପରେ କୋଲକାତା ପ୍ରେସିଡେନ୍ସୀ କଲେଜରୁ ଇଂରାଜୀରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ‘ଇଣ୍ଡିଆ ଲିଗ’ ନାମରେ ଏମ ସମୂହକୁ ଯୋଗ ଦେଇଥିଲେ ।ଏହି ସମୂହ ବ୍ରିଟେନରେ ଭାରତୀୟ ଛାତ୍ର ମାନଙ୍କର ଏକ ସଂଗଠନ ଥିଲା ।

ଏହାପରେ ସେ ‘ଲଣ୍ଡନ ମଜଲିସ’ ନାମରେ ଏକ ଦଳର ଅଧ୍ୟକ୍ଷ ହୋଇଥିଲେ ଓ ତାଙ୍କ ମନରେ ଭାରତ ରାଜନୀତିର ଏକ ଅଂଶ ହୋଇ କିଛି ଅଲଗା କରିବାକୁ ବିଚାର ବାରମ୍ବାର ଆସୁଥିଲା ତେଣୁ ସେ ୧୯୪୦ରେ ଭାରତ ଫେରି କମ୍ୟୁନିଷ୍ଟ ଦଳ ସହିତ ସମ୍ପର୍କ କରିିଥିଲେ ଓ ୧୯୪୪ରେ କମ୍ୟୁନିଷ୍ଟ ପାର୍ଟିର ପୂର୍ଣ୍ଣକାଳୀନ ସଦସ୍ୟ ବନିଥିଲେ ଓ ଏହାର ୨ ବର୍ଷ ପରେ ପଶ୍ଚିମବଙ୍ଗରୁ ନିର୍ବାଚନ ଲଢିଥିଲେ ଓ ଜିତିଥିଲେ । ଏହାପରେ ଜ୍ୟୋତି ବସୁ ଆଉ ପଛକୁ ଫେରି ଚାହିଁ ନାହାନ୍ତି ।

୧୯୬୪ରେ କମ୍ୟୁନିଷ୍ଟ ପାର୍ଟି ମଧ୍ୟରେ ବୈଚାରିକ ମତଭେଦ ଯୋଗୁଁ ଏହା ୨ ଭାଗରେ ବିଭକ୍ତ ହୋଇଯାଇଥିଲ ଓ ଜ୍ୟୋତି ବସୁ ସିପିଏମ (ମାର୍କ୍ସ ବାଦୀ)ରେ ସାମିଲ ହୋଇଥିଲେ । ୧୯୭୭ ରେ ହୋଇଥିବା ନିର୍ବାଚନରେ ଲେଫ୍ଟ ଫ୍ରଣ୍ଟ ଜିତି ଥିଲା ଓ ଜ୍ୟୋତି ବସୁ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ସେ କଂଗ୍ରେସ ବିଚାରଧାରାର ଦୃଢ ବିରୋଧୀ ଥିଲେ । ଏଥିପାଇଁ ସେ କେନ୍ଦ୍ରରେ ବିପକ୍ଷୀ ଦଳ ମାନଙ୍କୁ ଏକାଠି କରିପାରିଥିଲେ । ଏହାର ଫଳ ସ୍ୱରୁପ ୧୯୯୬ରେ ତାଙ୍କୁ ପ୍ରଧାନମନ୍ତ୍ରୀ ହେବା ପାଇଁ ନିମନ୍ତ୍ରଣ ମିଳିଥିଲା । କିନ୍ତୁ ତାଙ୍କ ନିଜ ପାର୍ଟି , ଏଥିପାଇଁ ରାଜି ହୋଇନଥିଲେ ଓ ସେ ପ୍ରଧାନମନ୍ତ୍ରୀ ହେଉ ହେଉ ଅଲ୍ପକେ ବର୍ତ୍ତି ଯାଇଥିଲେ

୨୦୦୦ ମସିହାରେ ଜ୍ୟୋତି ବସୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଓ ସକ୍ରିୟ ରାଜନିିତୀରୁ ସନ୍ୟାସ ନେଇଥିଲୋ ଏହାପରେ ୧୭ ଜାନୁଆରୀ ୨୦୧୦କୁ ୯୫ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ ।

ଏହି ମହାନାୟକଙ୍କ ଜନ୍ମ ତିଥିକୁ ମନେ ରଖିବା ପାଇଁ ଜୁଲାଇ ୮ କୁ ପଶ୍ଚିମବଙ୍ଗରେ ଜ୍ୟେତି ବସୁ ଜୟନ୍ତି ରୁପେ ପାଳନ କରାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking