31.1 C
Bhubaneswar
Tuesday, May 7, 2024
Homeଅପରାଧ୫ବର୍ଷରେ ଡବଲ କହି କୋଟି କୋଟି ଟଙ୍କା ଠକେଇ

୫ବର୍ଷରେ ଡବଲ କହି କୋଟି କୋଟି ଟଙ୍କା ଠକେଇ

ଠକକୁ ମଧ୍ୟପ୍ରଦେଶରୁ ଗିରଫ କଲା ପୁଲିସ
ଭୁବନେଶ୍ୱର : ଆଜ୍ଞା ଆମ ସଂସ୍ଥା ସବୁଠାରୁ ଭଲ । ବ୍ୟାଙ୍କ, ପୋଷ୍ଟ ଅଫିସ ଏବଂ ଏଲଆଇସିଠାରୁ ଅଧିକ ୨୫ ପ୍ରତିଶତ ସୁଧ ଦେଉଛି । ଏମିତିକି ୫ବର୍ଷରେ ଟଙ୍କା ଦୁଇଗୁଣ ହୋଇଯିବ । ଏହିଭଳି ଲୋଭନୀୟ ପ୍ରତିଶ୍ରୁତି ଦେଇ ଖଣ୍ଡଗିରି ଥାନା ଅଞ୍ଚଳରୁ ଶତାଧିକ ଜମାକାରୀଙ୍କଠାରୁ ପ୍ରାୟ ଅଢ଼େଇ କୋଟିରୁ ଅଧିକ ଟଙ୍କା ଠକେଇ କରି ଫେରାର ହୋଇଥିବା ଜଣେ ପେଶାଦାର ଠକକୁ ଖଣ୍ଡଗିରି ଥାନା ପୁଲିସ ଧରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତକୁ ଖଣ୍ଡଗିରି ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ମଧ୍ୟପ୍ରଦେଶରୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ମଧ୍ୟପ୍ରଦେଶର୍ ଓମ୍ ପ୍ରକାଶ ଭରାବତ(୨୮) । ଗିରଫ ଓମପ୍ରକାଶଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ଝାରପଡା ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

ଭୁବନେଶ୍ୱର ଖଣ୍ଡଗିରି ଥାନା ବରମୁଣ୍ଡାରେ ଅଫିସ ଖୋଲି ଲୋକଙ୍କୁ ଲୁଟୁଥିଲେ ଓମ୍ ପ୍ରକାଶ । ଲକ୍ଷେ ଟଙ୍କା ବିନିଯୋଗ କଲେ ୨୫ ପ୍ରତିଶତ ସୁଧ ଦେବାର ପ୍ରଲୋଭନ ଦେଖାଉଥିଲେ ଅଭିଯୁକ୍ତ । ସୂଚନାଅନୁଯାୟୀ, ମଧ୍ୟପ୍ରଦେଶର ଓମ୍‌ପ୍ରକାଶ ଭରାବତ ଖଣ୍ଡଗିରି ଥାନା ବରମୁଣ୍ଡା ବିଡିଏ ଡୁପ୍ଲେକ୍ସ ବି/୯୫ରେ ଗତ ଡିସେମ୍ବର ମାସରେ ଏକ ଚିଟ୍‌ଫଣ୍ଡ କମ୍ପାନୀ ଖୋଲିଥିଲେ । ପରେ ବିିଭିନ୍ନ ସ୍କିମ କରି ଲୋକମାନଙ୍କୁ ପ୍ରଲୋଭନ ଦେଖାଇଥିଲେ । ୧ ଲକ୍ଷ ଟଙ୍କା ରଖିଲେ ୪ ବର୍ଷରେ ଡବଲ ହୋଇଯିବ । ୨୫ ପ୍ରତିଶତ ସୁଧ ହାରରେ ମିଳିବ ମାସକୁ ଟଙ୍କା । ଏନେଇ ଖଣ୍ଡଗିରି ଥାନା ଅଞ୍ଚଳର ଶତାଧିକ ଲୋକେ ଲକ୍ଷଲକ୍ଷ ଟଙ୍କା ବିନିଯୋଗ କରିଥିଲେ ।

ଟଙ୍କା ନେବା ପରେ ସଂସ୍ଥା ଗୋଟିଏ ବର୍ଷ ବି ଚାଲିନଥିଲା । କିଛି ଦିନ ପରେ ଅଫିସରେ ତାଲା ଝୁଲୁଥିଲା । ପରେ ଲୋକେ ଓମପ୍ରକାଶଙ୍କୁ ଖୋଜିଥିଲେ ମଧ୍ୟ ତାର ପତା ପାଇନଥିଲେ । ବରମୁଣ୍ଡା ପ୍ଳଟ୍ ନମ୍ବର ୫୦୨ରେ ରହୁଥିବା ସତ୍ୟଜିତ ସାମନ୍ତରାୟ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଠକେଇ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ସତ୍ୟଜିତଙ୍କ ଅଭିଯୋଗ ପରେ ଠକେଇ ପରିମାଣ ବଢ଼ିବାକୁ ଲାଗିଥିଲା । ଏହିଭଳି ୬୭ଲକ୍ଷ ଠକେଇ ଅଭିଯୋଗ ଆସିଥିଲା । ତେଣୁ ଖବରପାଇ ଓମ ପ୍ରକାଶକୁ ଧରିବାକୁ ମଧ୍ୟପ୍ରଦେଶ ଯାଇଥିଲା ପୁଲିସ । ସେଠାରୁ ତାକୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking