30.1 C
Bhubaneswar
Saturday, April 27, 2024
Homeଓଡିଶାଗ୍ୟାସ୍ ପାଇପରୁ ଅଗ୍ନିକାଣ୍ଡ, ୪ ବଖରା ଛାରଖାର

ଗ୍ୟାସ୍ ପାଇପରୁ ଅଗ୍ନିକାଣ୍ଡ, ୪ ବଖରା ଛାରଖାର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅଚଂଳରେ ଥିବା ବେହେରା ସାହିରେ ଗତକାଲି ଗ୍ୟାସ ପାଇପ୍ କଣା ହେବା ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ରଞ୍ଜନ ବେହେରାଙ୍କ ୪ ବଖରା ଘର ସଂପୁର୍ଣ୍ଣ ଭାବେ ପୋଡି ନଷ୍ଟ ହୋଇଯାଇଛି । ମିଳିଥିବା ସୁଚନା ମୁତାବକ, ମୃଦଙ୍ଗା ଗ୍ରାମର ରଞ୍ଜନ ବେହେରାଙ୍କ ସ୍ତ୍ରୀ ଘର ଭିତରେ ରୋଷେଇ କରୁଥିଲେ । କୈାଣସି କାରଣରୁ ଗ୍ୟାସ୍ ପାଇପିରୁ ଗ୍ୟାସ୍ ବାହାରି ନିଆଁ ଘରର ଚାରିଆଡେ ବ୍ୟାପି ଯାଇଥିଲା । ଭୟଭୀତ ହୋଇ ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ । ଗ୍ୟାସ୍ ଟାଙ୍କି ଫାଟି ଯିବା ଭୟରେ କେହି ନିଆଁ ଲିଭାଇବାକୁ ସାହସ କରିପାରିନଥିଲେ । ବହୁ ବିଳମ୍ବରେ ଖବର ପାଇଁ ଭୁବନ ଅଗ୍ନିଶମ ବାହିନୀ ସେଠାରେ ପହଂଚି ନିଆଁକୁ ଆୟତ କରିଥିଲା । ଏହି ଅଗ୍ନିକାଣ୍ଡରେ ଘରେ ଥିବା ନଗଦ ୧୦ ହଜାର ଟଙ୍କା, ୮ ବସ୍ତା ଚାଉଳ, ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ମାଛଧରା ସରଞ୍ଜାମ ପୋଡି ପାଉଁଶ ହୋଇଯାଇଛି । ଘଟଣା ସ୍ଥଳରେ ଭୁବନ ରାଜସ୍ୱ ଅଧିକାରୀ ସରୋଜ କୁମାର ସାହୁ ସେଠାରେ ପହଂଚି କ୍ଷୟକ୍ଷତି ଆକଳନ କରିଛନ୍ତି । ସରପଂଚ ଅଶୋକ କୁମାର ଦତ, ପୁର୍ବତନ ବ୍ଲକ୍ ଅଧ୍ୟକ୍ଷ ଶତ୍ରୁଘ୍ନ ଜେନା ସେଠାରେ ପହଂଚି ସମବେଦନା ଜଣାଇବା ସହ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପ୍ରଶାସନକୁ ଅବଗତ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking