32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଟିକା ଦେବାକୁ ୧୪ ହଜାର ଫୁଟ ପାହାଡ ଚଢ଼ିଲେ

ଟିକା ଦେବାକୁ ୧୪ ହଜାର ଫୁଟ ପାହାଡ ଚଢ଼ିଲେ

ଇଟାନଗର: କୋଭିଡ୍ ଟିକାକରଣ କାର୍ଯ୍ୟରେ ସାମିଲ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ କିଭଳି ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି, ତାହାର ନମୁନା ଅରୁଣାଚଳ ପ୍ରଦେଶରେ ଦେଖିବାକୁ ମିଳିଛି । ଅରୁଣାଚଳର ତାୱାଙ୍ଗ୍ ଜିଲ୍ଲା ଅନ୍ତର୍ଗତ ଲୁଗୁଥାଙ୍ଗ୍ ଗ୍ରାମ ସମୁଦ୍ର ପତ୍ତନରୁ ୧୪,୦୦୦ ଫୁଟ ଉଚ୍ଚ ପାହାଡ ଉପରେ ଅବସ୍ଥିତ । ଉକ୍ତ ଗ୍ରାମରେ ୧୦ଟି ପରିବାରର ମୋଟ ୬୫ ଜଣ ବାସ କରନ୍ତି । ଏମାନେ ମୁଖ୍ୟତଃ ପଶୁପାଳନ ଓ ଚାଷବାସ କରି ପରିବାର ପୋଷିଥାନ୍ତି । ଚଳିତବର୍ଷ ମେ’ ୧୯ରେ ସେମାନଙ୍କୁ ପାହାଡତଳି ଅଞ୍ଚଳ ଡୋମ୍‌ଷ୍ଟାଙ୍ଗ୍‌କୁ ଆସି ଟିକା ନେବାକୁ କୁହାଯାଇଥିଲା । ତେବେ କୌଣସି କାରଣରୁ ୧୬ ଜଣ ସଦସ୍ୟ ସେତେବେଳେ ପାହାଡରୁ ତଳକୁ ଆସିପାରିନଥିଲେ । ତେବେ ସରକାରୀ ନିର୍ଦ୍ଦେଶ ମିଳିବାପରେ ଟିକା ପ୍ରଦାନକାରୀ ଦଳ ଦୀର୍ଘ ୯ ଘଣ୍ଟା ପରିଶ୍ରମ କରିବାପରେ ୧୪ ହଜାର ଫୁଟ ଉଚ୍ଚକୁ ଚଢି ସେମାନଙ୍କୁ କୋଭିଡ୍ ଟିକା ସମେତ ଅନ୍ୟ ଔଷଧପତ୍ର ଦେଇଥିବା ଜଣାପଡିଛି । ସ୍ୱାସ୍ଥ୍ୟକର୍ମୀଙ୍କ ଏତାଦୃଶ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ ଉଚ୍ଚପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking