32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଧିମା ଟିକାକରଣ ନେଇ କେନ୍ଦ୍ର ସରକାର ବିବ୍ରତ

ଧିମା ଟିକାକରଣ ନେଇ କେନ୍ଦ୍ର ସରକାର ବିବ୍ରତ

ନୂଆଦିଲ୍ଲୀ: ଦେଶବ୍ୟାପୀ ଚାଲିଥିବା ଟିକାକରଣ ପ୍ରକ୍ରିୟା ଧିମା ହେଉଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି । ବୁଧବାର ଏହି ପ୍ରସଙ୍ଗରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ସଚିବ ଓ ଟିକାକରଣ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ରାଜ୍ୟ ମଧ୍ୟରେ ଓଡ଼ିଶା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଅରୁଣାଚଳ ପ୍ରଦେଶ, କର୍ଣ୍ଣାଟକ, କେରଳ, ତାମିଲନାଡୁ, ମହାରାଷ୍ଟ୍ର, ଗୁଜରାଟ, ପଶ୍ଚିମବଙ୍ଗ, ଦିଲ୍ଲୀ, ପଞ୍ଜାବ ଓ ହରିୟାଣା ଅନ୍ତର୍ଭୁକ୍ତ ।

ଏହାବ୍ୟତୀତ ଟିକା ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାୟୋଟେକ୍ ଓ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ । ସଂପୃକ୍ତ ରାଜ୍ୟଗୁଡିକରେ ଥିବା ଘରୋଇ ଟିକାଦାନ କେନ୍ଦ୍ରଗୁଡିକରେ ଟିକାଦାନ ପ୍ରକ୍ରିୟା ଧିମା ହେଉଥିବାରୁ ଶ୍ରୀ ଭୂଷଣ ଚିନ୍ତାବ୍ୟକ୍ତ କରିଥିଲେ । ସେମାନଙ୍କୁ କେତେ ସଂଖ୍ୟକ ଟିକା ଆବଶ୍ୟକ, ସେ ସମ୍ପର୍କରେ ସଂପୃକ୍ତ ଘରୋଇ ହସ୍ପିଟାଲଗୁଡିକ ଟିକା ପ୍ରସ୍ତୁତକାରୀ କମ୍ପାନୀକୁ ଅର୍ଡର ଦେଉନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଶ୍ରୀ ଭୂଷଣ କହିଛନ୍ତି । ଏଭଳି ଘରୋଇ ହସ୍ପିଟାଲ କେତେ ପରିମାଣର ଟିକା ଆବଶ୍ୟକ କରୁଛନ୍ତି, ତାହାକୁ ରାଜ୍ୟ ସରକାର ତଦାରଖ କରିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି । ଅନ୍ୟ କେତେକ ରାଜ୍ୟ ଟିକା ପାଇଁ ଅର୍ଡର ଦେଇସାରିଥିଲେ ସୁଦ୍ଧା ଟିକା ସଂଗ୍ରହ କରିବାକୁ ଆଗ୍ରହ ଦେଖାଉନଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking