29.1 C
Bhubaneswar
Saturday, April 27, 2024
Homeଓଡିଶାଜିଭିଭି ରାଜସ୍ୱ ପରିଷଦ ସଭ୍ୟ

ଜିଭିଭି ରାଜସ୍ୱ ପରିଷଦ ସଭ୍ୟ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ ସ୍ତରରେ ଛୋଟ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ୧୯୮୬ ବ୍ୟାଚ ଆଇଏଏସ ଜିଭିଭି ଶର୍ମା ହୋଇଛନ୍ତି ରାଜସ୍ୱ ପରିଷଦ ସଭ୍ୟ । ସିଜେ ବେଣୁଗୋପାଳ ହୋଇଛନ୍ତି କେବିକେ ମୁଖ୍ୟ ପ୍ରଶାସକ ।

ତେବେ ପୂର୍ବରୁ , ରାଜ୍ୟ ସରକାରଙ୍କ ଅନୁରୋଧରେ କେନ୍ଦ୍ର ସରକାର ୧୯୮୬ ବ୍ୟାଚ୍ ଓଡ଼ିଶା କ୍ୟାଡ଼ର ଆଇଏଏସ୍ ଜିଭିଭି ଶର୍ମାଙ୍କୁ ନିଜ ହୋମ୍ କ୍ୟାଡ଼ରକୁ ଫେରାଇ ଦେଇଥିଲେ । ଶ୍ରୀ ଶର୍ମା  ‘ନ୍ୟାସନାଲ କେମିକାଲ ୱିପନ୍ସ କନଭେନସନ୍ ଅଥରିଟି’ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ଶ୍ରୀ ଶର୍ମାଙ୍କୁ ଓଡ଼ିଶା କ୍ୟାଡ଼ରକୁ ଫେରାଇ ଦେବା ପାଇଁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ରାଜ୍ୟ ସରକାରଙ୍କ ଅନୁରୋଧରେ ଶ୍ରୀ ଶର୍ମାଙ୍କୁ ନିଜ କ୍ୟାଡ଼ରକୁ ଫେରାଇ ଦିଆଗଲା ବୋଲି ଉଲ୍ଲେଖ କରାଯାଇଥିଲା । ଯାହାକୁ ନେଇ ପାୱାର କରିଡରରେ ନୂଆ ସମୀକରଣକୁ ନେଇ ଚର୍ଚ୍ଚା ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking