29.1 C
Bhubaneswar
Saturday, April 27, 2024
Homeକରୋନା ଓଡିଶାକରୋନାରେ ସରପଞ୍ଚ ଓ ଜିଆରଏସ୍ ମୃତ

କରୋନାରେ ସରପଞ୍ଚ ଓ ଜିଆରଏସ୍ ମୃତ

ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ ଆଜି ଗୋଟିଏ ଦିନରେ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଦ ପଞ୍ଚାୟତରେ କାର୍ଯ୍ୟରତ ଜିଆରଏସ ରାକେଶ ସୁନାନୀ (୩୦) ଗତ କିଛି ଦିନ ତଳେ କରୋନା ଚିହ୍ନଟ ହୋଇ ସମ୍ବଲପୁର ହସ୍‌ପିଟାଲ ରେ ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ଘର ସିନାପାଲି ବ୍ଲକ ଘଣ୍ଟିଗୁଡା ପଞ୍ଚାୟତ ନଦୀଗାଁରେ । ସେ ଗତ ମାର୍ଚ୍ଚ ୨୪ରେ ହାତିବନ୍ଦା ଗ୍ରାମରେ ବିବାହ କରିଥିଲେ । ସେହିପରି ସିନାପାଲି ବ୍ଲକ ନୂଆପଡ଼ା ମାଲପଡା ପଞ୍ଚାୟତ ସରପଞ୍ଚ ନାକମୁନ୍ଦିଆ ଚିନ୍ଦା (୮୦) କିଛି ଦିନ ତଳେ କରୋନା ଚିହ୍ନଟ ହୋଇ ହୋମ୍ କ୍ୱାରାଣ୍ଟାଇନ୍‌ରେ ଥିଲେ । ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଶ୍ରୀ ଚିନ୍ଦାଙ୍କ ଘର ଦବଡ଼ାରେ ବୋଲି ଜଣାପଡିଛି । ସେହିପରି ସିନାପାଲି ବ୍ଲକ ନଙ୍ଗଳବୋଡ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶୋଭନ ରଣା (୬୦) କରୋନା ଆକ୍ରାନ୍ତ ହୋଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । ଶ୍ରୀ ରଣାଙ୍କ ଘର ନୂଆମାଲପଡ଼ା (ଖନ୍ଦାପଡା)ରେ ବୋଲି ଜଣାପଡିଛି । ଏହି ଖବର ଶୁଣି ସିନାପାଲି ବ୍ଲକର ବିଡିଓ ସଦାଶିବ ନାୟକ, ସମସ୍ତ ଜିଆର୍‌ଏସ ଏବଂ ସିନାପାଲି ପଞ୍ଚାୟତ ସମିତିରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking