37.1 C
Bhubaneswar
Thursday, March 28, 2024
Homeଓଡିଶା୨୫ରୁ ଉତ୍ତର ଓଡିଶାରେ ପ୍ରବଳ ବର୍ଷା

୨୫ରୁ ଉତ୍ତର ଓଡିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ଡିଜି ମୃତ୍ୟୁଂଜୟ ମହାପାତ୍ର ତାଜା ସୂଚନା ପ୍ରଦାନ କରିଛନ୍ତି । ବାତ୍ୟା ସଂପର୍କିତ ପୂର୍ବାନୁମାନରେ କୌଣସି ପରିବର୍ତନ କରାଯାଇନି ।  ଆଜି ଆଣ୍ଡାମାନ ଓ ଆଖପାଖ ଅଂଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି । କାଲି ସୁଦ୍ଧା ଲଘୁଚାପରେ ପରିଣତ ହେବ । ୨୩ରେ ଅବପାତର ରୂପ ନେବ । ୨୪ରେ ବାତ୍ୟାରେ ରୂପାନ୍ତରିତ ହୋଇ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ଏହା ପ୍ରଭାବରେ ୨୫ରୁ ଓଡିଶା ଉପକୂଳ ଅଂଚଳରେ ବର୍ଷା ଆରମ୍ଭ ହେବ । ସାଧାରଣତଃ ବାତ୍ୟା ଗତିପଥର ଡାହାଣ ପାଶ୍ୱର୍ରେ ଅଧିକ ପବନ, ବର୍ଷା ହୁଏ । ବାତ୍ୟାର ବାମପଟ ଅର୍ଥାତ ଓଡିଶା ଉପକୂଳ ଅଂଚଳ ମଧ୍ୟ ପ୍ରଭାବିତ ହେବ । ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗର କିଛି ଅଂଚଳ ଅଧିକ ପ୍ରଭାବିତ ହେବ । ଅବପାତରେ ପରିଣତ ହୋଇନଥିବାରୁ ଲ୍ୟାଣ୍ଡଫଲ ସ୍ଥାନ ନିରୂପଣ ହୋଇନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking