29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଓଟିଟି ପ୍ଲାଟଫର୍ମ ପାଇଁ ଆସିବ ଗାଇଡଲାଇନ

ଓଟିଟି ପ୍ଲାଟଫର୍ମ ପାଇଁ ଆସିବ ଗାଇଡଲାଇନ

ନୂଆଦିଲ୍ଲୀ: ଓଟିଟି ପ୍ଲାଟଫର୍ମର କାର୍ଯ୍ୟକାରିତାକୁ ନେଇ ଏକ ବଡ ଘୋଷଣା କରିଛନ୍ତି କେନ୍ଦ୍ର ଓ ଲୋକ ସଂମ୍ପର୍କ ମନ୍ତ୍ରୀ ପ୍ରକାଶ ଜାଭେଦକର । ଗଣ ମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତିି ଯେ ଓଟିଟି ପ୍ଲାଟଫର୍ମରରେ ଦର୍ଶାଯାଉଥିବା ବିଭିନ୍ନ ସିରିଆଲ ଓ ଚଳଚିତ୍ରକୁ ନେଇ ଅଭିଯୋଗ ଆସୁଛି ଓ ସେସବୁର ସନ୍ଧାନ ନିଆଯାଇ ଏହି ନିଷ୍ପତି ନିଅ।ଇଛି । ଓଟିଟିରେ ପ୍ରସାରିତ କରାଯାଉଥିବା ଚଳଚ୍ଚିତ୍ର,କେବୁଲ ଟେଲିଭିଜ ଓ ଡିଜିଟାଲ ଖବରକାଗଜରେ ସେନସର ବୋର୍ଡର ନିୟମ ଲାଗୁ କରାଯାଉନାହିଁ । ତେଣୁ ଏହି ପ୍ଲାଟଫର୍ମର କାର୍ଯ୍ୟକଳାପ ପାଇଁ ଖୁବ ଶିଘ୍ର ଏକ ବ୍ୟବସ୍ଥାର ଘୋଷଣା କରାଯିବ । ଏହି ନିୟମ ଅନୁସାରେ ଓଟିଟି ପ୍ଲାଟଫର୍ମର କାର୍ଯ୍ୟକାରୀ ହେବ ।

ତେବେ ଗତ ବର୍ଷ କୋରାନା ମହାମାରୀ ପାଇଁ ସିନେମା ହଲ ଗୁଡିକ ବନ୍ଦ ରହିଥିବାରୁ ଏହି ପ୍ଲାଟଫପର୍ମର ଲୋକପ୍ରିୟତା ଅଧିକରୁ ଅଧିକ ବଢିବାରେ ଲାଗିଥିଲା । ଏବେ ସାରା ଦେଶରେ ଅନଲକ ପ୍ରକ୍ରିୟା ଚାଲୁ ହେବା ସହିତ ସମସ୍ତ ସିନେମା ହଲ ଗୁଡିକ ଫେବୃୃଆରୀରୁ ଶତ ପ୍ରତିଶତ କ୍ଷମତା ସହିତ ଖୋଲିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking