40.1 C
Bhubaneswar
Thursday, April 25, 2024
Homeଅପରାଧପୁଅ ନେଲା ମା’ର ଜୀବନ

ପୁଅ ନେଲା ମା’ର ଜୀବନ

ଝାରଖଣ୍ଡ : ପଶ୍ଚିମ ସିଂହଭୂମି ଜିଲ୍ଲାର ଜୋଜୋଗୁଟ ଗ୍ରାମରେ ଜଣେ ପୁଅ ନିଜ ମା’କୁ ହତ୍ୟା କରିଛି । ନିଶାଶକ୍ତ ହୋଇ ଘରେ ପହଞ୍ଚିବା ପରେ ପୁଅ ମା’କୁ ଖାଇବା ମାଗିଥିଲା । ମା’ର ଖାଦ୍ୟ ଦେବାରେ ବିଳମ୍ବ ହେବାରୁ ପୁଅ ଏକ ଲାଠିରେ ମା’କୁ ପିଟିବାକୁ ଲାଗିଥିଲା । ପିଟି ପିଟି ମାରି ସାରିବା ପରେ ମା’ର ଶବକୁ ନିଆଁ ଲଗାଇ ଦେଇଥିଲା । ଘଟଣ।। ଖବର ଗ୍ରାମବାସୀ ପାଇବା ପରେ ସେ ଆରୋପୀ ପୁଅକୁ ଏକ ରଶିରେ ବାନ୍ଧି ଦେଇଥିଲେ ଓ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ତଦନ୍ତ ଆରମ୍ଭ କରିଛି ।

ଜୋଜୋଗୁଟ ଗାଁରେ ରହୁଥିବା ଆରୋପୀର ନାଁ ପ୍ରଧାନ ସୋୟ । ଶୁକ୍ରବାର ରାତିରେ ପ୍ରଧାନ ନିଶାଶକ୍ତ ଅବସ୍ଥାରେ ଘରକୁ ଆସିଥିଲା । ସେ ନିଜ ୬୦ ବର୍ଷ ବୟସ୍କ ମା’କୁ ସୁମି ସୋୟକୁ ଖାଇବା ପାଇଁ ମାଗିଥିଲା । ଖାଇବା ଦେବାରେ ବିଳମ୍ବ ହେବାରୁ ପୁଅ ରାଗରେ ଜର୍ଜରିତ ହୋଇ ମା’କୁ ପିଟିପିଟି ମାରିଦେଇଥିଲା । ଘଟଣା ସ୍ଥଳରେ ପୁଅର ଭାଉଜ ସୋମବାରୀ ଉପସ୍ଥିତ ଥିଲେ । ସେ ପ୍ରଧାନକୁ ରୋକିବାକୁ ଚେଷ୍ଟା କରିଥିଲେ ପ୍ରଧାନ ତାଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲା । ସେ ସେଠାରୁ ଜୀବନ ବଞ୍ଚାଇ ପଳାଇ ଯାଇଥିଲେ ।

ଗ୍ରାମବାସୀଙ୍କ କହିବା ଅନୁସାରେ ପ୍ରଧାନ ନିଜ ମା’ଙ୍କ ଚିତା ଉପରେ ଏକ କୁକୁଡା ପକାଇଥିଲା ଓ ପରେ ତାକୁ ଖାଇଥିଲା । ଏଭଳି ଅଭାବନୀୟ ଘଟଣା ଏବେ ସାରା ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମା’ର ଅର୍ଦ୍ଧଜଳା ଶବକୁ ପୋଷ୍ଟ ମର୍ଟମ ପାଇଁ ପଠାଇଛି । ଏହାସହ ଆରେପୀକୁ ଥାନାକୁ ଆଣି ପଚରାଉଚରା କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking