24.1 C
Bhubaneswar
Thursday, May 9, 2024
Homeଓଡିଶାଅଷ୍ଟମ ଶ୍ରେଣୀ ଖୋଲିବାକୁ ଜାରି ହେଲା ମାର୍ଗଦର୍ଶିକା

ଅଷ୍ଟମ ଶ୍ରେଣୀ ଖୋଲିବାକୁ ଜାରି ହେଲା ମାର୍ଗଦର୍ଶିକା

ଭୁବନେଶ୍ୱର : ଦୀର୍ଘ ୧୮ ମାସ ପରେ ଖୋଲିବାକୁ ଯାଉଛି ସ୍କୁଲ । ତେବେ ଦୀର୍ଘଦିନ ପରେ ଅଷ୍ଟମ ଶ୍ରେଣୀ ଖୋଲୁଥିଲେ ହେଁ ୨୫ ଓ ୨୬ ତାରିଖରେ ପାଠପଢ଼ା ହେବ ନାହିଁ । ଏହି ଦୁଇଦିନ ପିଲାଙ୍କ ମଧ୍ୟରେ ଆଲୋଚନା, ତର୍କ ପ୍ରତିଯୋଗିତା, ସଙ୍ଗୀତ ଗାନ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତାର ଆୟୋଜନ କରାଯିବ । ସ୍କୁଲ ପରିସରକୁ ଭୟମୁକ୍ତ ରଖିବାକୁ ଶିକ୍ଷକମାନେ ପ୍ରୟାସ କରିବେ । ଏନେଇ ଓସେପା ପକ୍ଷରୁ ସମସ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ମାର୍ଗଦର୍ଶିକା ପ୍ରଦାନ କରାଯାଇଛି । ଜଣାପଡ଼ିଛି ଯେ, ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଶିକ୍ଷକ ଓ ସ୍କୁଲ ପରିଚାଳନା ସମିତି ବୈଠକରେ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢ଼ା ବିଷୟରେ ଆଲୋଚନା କରାଯିବ ।

ବହୁଦିନ ଧରି ପିଲାମାନେ ପାଠପଢ଼ା ଠାରୁ ଦୂରେଇ ରହିଥିବାରୁ ସେଥିପ୍ରତି ଦୃଷ୍ଟି ଦିଆଯିବ । ପିଲାମାନେ ସପ୍ତମ ଶ୍ରେଣୀରେ କିଛି ବି ପାଠ ପଢ଼ିନଥିବାରୁ ଏହାକୁ ଦୃଷ୍ଟିରେ ରଖି ପିଲାଙ୍କ ଶିକ୍ଷା ସ୍ତରକୁ ଆକଳନ କରାଯିବ । ଏହି ପରିପ୍ରେକ୍ଷୀରେ ପିଲାମାନେ ୨୭ ତାରିଖରେ ଓଡ଼ିଆ, ୨୮ରେ ଗଣିତ, ୨୯ରେ ଇଂରାଜୀ ବିଷୟରେ ଆକଳନରେ ଅଂଶଗ୍ରହର କରିବେ । ଏନେଇ ପ୍ରଶ୍ନପତ୍ର ଓସେପା ଓ ଏସସିଇଆରଟି ପକ୍ଷରୁ ପ୍ରଦାନ କରାଯିବ । ଯେଉଁ ପିଲାମାନେ ସ୍କୁଲକୁ ଆସୁନଥିବେ, ପ୍ରଧାନଶିକ୍ଷକ ସେମାନଙ୍କ ଘର ବା ଗାଁକୁ ପ୍ରଶ୍ନପତ୍ର ପଠାଇ ଆକଳନ କରାଇବେ । ଫଳକୁ ତର୍ଜମା କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking