32.1 C
Bhubaneswar
Thursday, March 28, 2024
Homeଖେଳଶ୍ରୀଲଙ୍କାର ପ୍ରଥମ ଟେଷ୍ଟ କ୍ୟାପ୍‌ଟେନ୍ ୱର୍ଣ୍ଣପୁରାଙ୍କ ପରଲୋକ

ଶ୍ରୀଲଙ୍କାର ପ୍ରଥମ ଟେଷ୍ଟ କ୍ୟାପ୍‌ଟେନ୍ ୱର୍ଣ୍ଣପୁରାଙ୍କ ପରଲୋକ

କଲମ୍ବୋ : ଶ୍ରୀଲଙ୍କା ପ୍ରଥମ ଟେଷ୍ଟ କ୍ୟାପ୍‌ଟେନ୍ ବାନ୍ଦୁଲା ୱର୍ଣ୍ଣପୁରାଙ୍କର  ୬୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସ୍ଥାନୀୟ ମିଡିଆ ଖବର ଅନୁସାରେ ଶରୀରରେ ଶର୍କରା ସ୍ତର ବହୁ ଅଧିକ ହୋଇଯିବାରୁ ରକ୍ତ ସଞ୍ଚାଳନରେ ସମସ୍ୟା କାରଣରୁ ଚଳିତ ମାସରେ ତାଙ୍କର ଡାହାଣ ଗୋଡ଼ କାଟିବାକୁ ପଡ଼ିଥିଲା । ଜଣେ ବିଶେଷଜ୍ଞ ଓପ୍ନର୍ ବ୍ୟାଟ୍ସମ୍ୟାନ୍ ୱର୍ଣ୍ଣପୁରା ମିଡିୟମ୍ ଫାଷ୍ଟ ବୋଲର୍ ମଧ୍ୟ ଥିଲେ । ୧୯୮୨ ଫେବୃଆରୀରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ସେ ଶ୍ରୀଲଙ୍କା ଦଳର ନେତୃତ୍ୱ ନେଇଥିଲେ । ଏହା ବ୍ୟତୀତ ସେ ଦେଶ ପକ୍ଷରୁ ଟେଷ୍ଟ କ୍ରିକେଟ୍‌ରେ ପ୍ରଥମ ବଲ୍‌ର ସାମ୍ନା କରି ପ୍ରଥମ ରନ୍ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ୍ ମଧ୍ୟ ଥିଲେ । ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ପକ୍ଷରୁ ବ୍ୟାଟିଂ ଏବଂ ବୋଲିଂ (ଦ୍ୱିତୀୟ ଇନିଂସ୍‌ରେ) ଉଭୟରେ ଆରମ୍ଭ ସେ ହିଁ କରିଥିଲେ ।

ତାଙ୍କ ବିୟୋଗରେ ଶ୍ରୀଲଙ୍କା କ୍ରିକେଟ୍ (ଏସ୍‌ଏଲ୍‌ସି) ପକ୍ଷରୁ ଶୋକବ୍ୟକ୍ତ କରାଯାଇଛି । ଏସ୍‌ଏଲ୍‌ସି ମୁଖ୍ୟ ଶମ୍ମି ସିଲ୍‌ଭା ଏକ ବିବୃତିରେ କହିଛନ୍ତି, ‘ଶ୍ରୀଲଙ୍କାର ପ୍ରଥମ ଟେଷ୍ଟ କ୍ୟାପ୍‌ଟେନ୍ ବାନ୍ଦୁଲା ୱର୍ଣ୍ଣପୁରାଙ୍କ ମୃତ୍ୟୁରେ ମୁଁ ବହୁତ ଦୁଃଖିତ । ସେ ଜଣେ ଉନ୍ନତ କ୍ରିକେଟର୍‌, ପ୍ରଶାସକ, କୋଚ୍‌, କମେଣ୍ଟେଟର୍ ଏବଂ ଜଣେ ଭଲ ମଣିଷ ଥିଲେ । ତାଙ୍କ ବିୟୋଗରେ କ୍ରିକେଟ୍ ଜଗତର ବହୁ କ୍ଷତି ହୋଇଛି ।’
ୱର୍ଣ୍ଣପୁରା ୧୯୭୫ରୁ ୧୯୮୨ ପର୍ଯ୍ୟନ୍ତ ୪ଟି ଟେଷ୍ଟ ଏବଂ ୧୨ଟି ଦିନିକିଆ ମ୍ୟାଚ୍‌ରେ ଦେଶର ପ୍ରତିନିଧିତ୍ୱ କରିଥିଲେ । ସେ ୧୯୮୨-୮୩ରେ ରଙ୍ଗଭେଦ ଅବସରରେ ବିଦ୍ରୋହୀ ଟିମ୍ ସହ ସାଉଥ୍ ଆଫ୍ରିକା ଗସ୍ତ ନିଷ୍ପତ୍ତି ନେଇଥିଲେ । ଯାହା ଯୋଗୁଁ ଶ୍ରୀଲଙ୍କା କ୍ରିକେଟ୍ ତାଙ୍କୁ ଆଜୀବନ ବାସନ୍ଦ କରିଥିଲା । ପରେ ସେ ଜାତୀୟ ଦଳର କୋଚ୍ ଏବଂ ଶ୍ରୀଲଙ୍କା କ୍ରିକେଟ୍‌ର ପ୍ରଶାସକ ଭୂମିକା ମଧ୍ୟ ତୁଲାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking