30.1 C
Bhubaneswar
Monday, May 20, 2024
Homeଓଡିଶାମୋବାଇଲ ଚୋର ପ୍ରେମୀ ଯୁଗଳ ଗିରଫ

ମୋବାଇଲ ଚୋର ପ୍ରେମୀ ଯୁଗଳ ଗିରଫ

ପୁରୀ:  ପୁରୀ ଟାଉନ ଥାନା ପୁଲିସ ମୋବାଇଲ ଚୋରି କରୁଥିବା ପ୍ରେମୀ ଯୁଗଳଙ୍କୁ ଗିରଫ କରିଛି । ଗିରଫ ପ୍ରେମୀ ଯୁଗଳ ମୁଖ୍ୟତଃ ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀଙ୍କ ମୋବାଇଲ ଲୁଟ୍ କରୁଥିଲେ । ଟିକେ ଅନ୍ୟ ମନସ୍କ ହେଲେ ପୂର୍ବରୁ ବାଇକ ନେଇ ପ୍ରସ୍ତୁତ ଥିବା ଯୁବତୀଙ୍କ ପୁରୁଷ ବନ୍ଧୁ ଯୁବତୀଙ୍କୁ ବସାଇ ମୋବାଇଲ ନେଇ ଫେରାର ହୋଇଯାଉଥିଲା । ପୁଲିସ ସୂଚନା ମୁତାବକ ଗତକାଲି ପୁରୀ ଗୋଖା ସାହିରେ ମୋବାଇଲ ଲୁଟ୍ ପରେ ପୁଲିସ ଅନୁସନ୍ଧାନ କରିଥିଲା ।

ପ୍ରଥମେ ଛାତ୍ରଛାତ୍ରୀଙ୍କ ଏକୁଟିଆର ସୁଯୋଗ ନେଇ ମହିଳା ଲୁଟେରା ଜଣକ ତାଙ୍କ ପାଖକୁ ଯାଉଥିଲା । ପରେ ସେ ଅସୁବିଧାରେ ଅଛି ଘର ଲୋକଙ୍କ ସହ କଥା ହେବା ପାଇଁ ଅନୁରୋଧ କରି ମୋବାଇଲ ନେଉଥିଲା । ତେବେ ରବିବାର ପୁରୀ ଗୋଖା ସାହିରେ ଏଭଳି ଅଭିନବ ଉପାୟରେ ମୋବାଇଲ ଲୁଟ୍ ପରେ ପୁଲିସ ଅନୁସନ୍ଧାନ କରିଥିଲା । ତେବେ ପୁରୀର ମଶାଣି ଚଣ୍ଡୀ ଛକ ଦୁଇଜଣ ପ୍ରେମୀ ଯୁଗଳ ଲୁଟ୍ ମୋବାଇଲ ବିକ୍ରି କରୁଥିବା ପୁଲିସ ପାଖରେ ଖବର ପହଞ୍ôଚଥିଲା । ସଙ୍ଗେ ସଙ୍ଗେ ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ଉଭୟ ପ୍ରେମୀ ଯୁଗଳ ଧରାଯିବା ସହ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking