28.1 C
Bhubaneswar
Sunday, April 28, 2024
Homeବିଜିନେସ୍ଗ୍ରାଣ୍ଟ୍ ଥର୍ନଟନ୍ କମ୍ପାନୀକୁ ନିୟୋଜିତ କଲା ଅଦାନି

ଗ୍ରାଣ୍ଟ୍ ଥର୍ନଟନ୍ କମ୍ପାନୀକୁ ନିୟୋଜିତ କଲା ଅଦାନି

ନ୍ୟୁୟର୍କ: ଆଭ୍ୟନ୍ତରୀଣ ଅଡିଟ୍ କାର୍ଯ୍ୟ ସମ୍ଭାଳିବାକୁ ଅଦାନି ଗ୍ରୁପ୍ ପକ୍ଷରୁ ଆମେରିକାର ଆକାଉଣ୍ଟିଂ କମ୍ପାନୀ ଗ୍ରାଣ୍ଟ୍ ଥର୍ନଟନ୍‌କୁ ନିଯୁକ୍ତ କରାଯାଇଛି । ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶିତ ହେବାପରଠାରୁ ଅଦାନି ଗ୍ରୁପ୍ ଅଧୀନସ୍ଥ ଏକାଧିକ କମ୍ପାନୀ ବିପୁଳ କ୍ଷତିର ସମ୍ମୁଖୀନ ହୋଇଥିବାବେଳେ ସେମାନଙ୍କର ସେୟାର ମୂଲ୍ୟ ମଧ୍ୟ ଦୈନନ୍ଦିନ କମିବାରେ ଲାଗିଛି ।

ଏହି ପରିପ୍ରେକ୍ଷୀରେ କମ୍ପାନୀର ବାଲାନ୍ସ ସିଟ୍‌ଠାରୁ ଆରମ୍ଭ କରି ସେୟାର ମାର୍କେଟ କାରବାର ପର୍ଯ୍ୟନ୍ତ ସବୁ ଆର୍ôଥକ ବ୍ୟବସ୍ଥାର ଅଡିଟ୍ କରିବାକୁ ଗ୍ରାଣ୍ଟ୍ ଥର୍ନଟନ୍‌କୁ ନିଯୁକ୍ତ କରାଯାଇଛି । ସରକାରୀ ନିୟମ ଅନୁଯାୟୀ ଏହି ଆର୍ôଥକ କାରବାର ସମ୍ପାଦିତ ହୋଇଛି କି ନାହିଁ, ସେ ସମ୍ପର୍କରେ ଏହି ବିଦେଶୀ ଫାର୍ମ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking