28.1 C
Bhubaneswar
Sunday, April 28, 2024
Homeବିଜିନେସ୍୩ ହଜାର ୮୦୦ କର୍ମଚାରୀଙ୍କୁ ଛଟେଇ କରିବ ଫୋର୍ଡ

୩ ହଜାର ୮୦୦ କର୍ମଚାରୀଙ୍କୁ ଛଟେଇ କରିବ ଫୋର୍ଡ

ବର୍ଲିନ: ଆମେରିକାର ଖ୍ୟାତିସମ୍ପନ୍ନ ଅଟୋମୋବାଇଲ କମ୍ପାନୀ ଫୋର୍ଡ ଆସନ୍ତା ତିନି ବର୍ଷ ମଧ୍ୟରେ ୟୁରୋପ୍‌ରେ ୩୮୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଘୋଷଣା କରିଛି । ବର୍ତ୍ତମାନ ଇଲେକ୍ଟ୍ରିକ୍ କାର୍ ନିର୍ମାଣରେ ପ୍ରତିଦ୍ୱନ୍ଦ୍ୱିତା ଲାଗିଥିବାରୁ ଏଭଳି ଛଟେଇ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି । ତେବେ ଜର୍ମାନୀରେ ସର୍ବାଧିକ ୨୩୦୦, ବ୍ରିଟେନରେ ୧୩୦୦ ଏବଂ ୟୁରୋପର ଅନ୍ୟ କେତେକ ଦେଶରେ ଆଉ ୨୦୦ କର୍ମଚାରୀ ଛଟେଇ ହେବେ ବୋଲି ସ୍ପଷ୍ଟ କରାଯାଇଛି । ୨୦୩୫ ସୁଦ୍ଧା କମ୍ପାନୀ କେବଳ ଇଲେକ୍ଟ୍ରିକ୍ କାର୍ ନିର୍ମାଣ କରିବ ବୋଲି ଲକ୍ଷ୍ୟ ରଖିଛି । ଛଟେଇ ହେବାକୁ ଥିବା କର୍ମଚାରୀଙ୍କ ମଧ୍ୟରେ ୨୮୦୦ ଇଞ୍ଜିନିୟର ଏବଂ ୧୦୦୦ ପ୍ରଶାସନିକ କର୍ମଚାରୀ ତାଲିକାଭୁକ୍ତ ହୋଇଛନ୍ତି । ୟୁରୋପର ବିଭିନ୍ନ ଦେଶରେ ଫୋର୍ଡ କମ୍ପାନୀର ପ୍ରାୟ ୩୪,୦୦୦ କର୍ମଚାରୀ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking