29.4 C
Bhubaneswar
Saturday, May 4, 2024
Homeଦେଶ ବିଦେଶସୋନିଆଙ୍କ ସମେତ କଂଗ୍ରେସ ନେତାଙ୍କୁ ମୋଦୀଙ୍କ କଟାକ୍ଷ; ଯେଉଁମାନେ ନିର୍ବାଚନ ଜିତିପାରିବେନି ସେମାନେ ଏବେ ରାଜ୍ୟସଭାକୁ...

ସୋନିଆଙ୍କ ସମେତ କଂଗ୍ରେସ ନେତାଙ୍କୁ ମୋଦୀଙ୍କ କଟାକ୍ଷ; ଯେଉଁମାନେ ନିର୍ବାଚନ ଜିତିପାରିବେନି ସେମାନେ ଏବେ ରାଜ୍ୟସଭାକୁ ଯାଉଛନ୍ତି

ଜୟପୁର: ‘ଯେଉଁମାନେ ନିର୍ବାଚନ ଜିତିପାରିବେନି, ସେମାନେ ଏବେ ରାଜ୍ୟସଭା ଯିବା ଭଳି ସୁବିଧା ବାଟ ଖୋଜିବା ଆରମ୍ଭ କରିଥାନ୍ତି । ଏବେ ପ୍ରତିପକ୍ଷ ଦଳର କିଛି ନେତାମାନେ ରାଜସ୍ଥାନରୁ ରାଜ୍ୟସଭା ସାଂସଦ ହେବାକୁ ପସନ୍ଦ କରୁଛନ୍ତି’ । ଶନିବାର ରାଜସ୍ଥାନର ଜାଲୋର ଠାରେ ଆୟୋଜିତ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ଅବସରରେ ଏପରି କହିଛନ୍ତି ବିଜେପିର ଷ୍ଟାର ପ୍ରଚାରକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଏପରି ବିବୃତି ପରୋକ୍ଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେଙ୍କ ଉଦ୍ଦେଶ୍ୟରେ ରହିଥିବା ଅନୁମାନ କରାଯାଉଛି । ପ୍ରଧାନମନ୍ତ୍ରୀ ରାଜସ୍ଥାନର ଜଲୋରରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦଳୀୟ ପ୍ରାର୍ଥୀ ଲୁମ୍ବାରାମ ଚୌଧୁରୀଙ୍କ ପାଇଁ ପ୍ରଚାର କରିଥିଲେ । ଲୁମ୍ବାରାମ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ପୁଅ ବୈଭବ ଗେହଲଟଙ୍କ ବିରୋଧରେ ଚଳିତ ନିର୍ବାଚନ ଲଢ଼ୁଛନ୍ତି ।

ମୋଦୀ, ନିଜ ଭାଷଣ ମାଧ୍ୟମରେ କଂଗ୍ରେସ ଉପରେ ଆକ୍ରମଣ କରି କହିଛନ୍ତି, କଂଗ୍ରେସ ସରକାରରେ ରିମୋଟ କଣ୍ଟ୍ରୋଲ ଦ୍ୱାରା ଶାସନ ବ୍ୟବସ୍ଥା ପରିଚାଳିତ ହେଉଥିଲା । କଂଗ୍ରେସର ସ୍ଥିତି କିନ୍ତୁ ଏବେ ଏପରି ହୋଇଛି ଯେ, ଦେଶବାସୀ କଂଗ୍ରେସକୁ ଦେଖିବାକୁ ମଧ୍ୟ ପସନ୍ଦ କରୁନାହାନ୍ତି । ୩୦୦ ଆସନରେ ପ୍ରାର୍ଥୀ ଦେବାକୁ ମଧ୍ୟ କଂଗ୍ରେସ ସକ୍ଷମ ହୋଇପାରୁନି । ୬୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଶାସନ କରିଥିବା ଏବଂ ଥରେ ୪୦୦ଟି ଆସନ ଜିତିଥିବା ଦଳ ଆଜି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମଧ୍ୟ ଭୟ କରୁଛି । ଆଜି କଂଗ୍ରେସର ଏପ୍ରକାର ଅବସ୍ଥା ପାଇଁ ସେମାନେ ନିଜେ ଦୋଷୀ । ମୋଦୀ, କଂଗ୍ରେସ ନେତାଙ୍କୁ କଟାକ୍ଷ କରି କହିଥିଲେ ଯେ, କଂଗ୍ରେସ ଦକ୍ଷିଣର ଜଣେ ନେତାଙ୍କୁ ରାଜସ୍ଥାନରୁ ରାଜ୍ୟସଭାକୁ ପଠାଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ମଧ୍ୟ ରାଜସ୍ଥାନରୁ ରାଜ୍ୟସଭାକୁ କଂଗ୍ରେସ ପଠାଇଥିଲା ।

କିନ୍ତୁ ସେମାନେ ରାଜସ୍ଥାନରେ କେବେ ଦେଖିବାକୁ ମିଳନ୍ତି ନାହିଁ । ସେହିପରି ଆଉ ଜଣଙ୍କୁ ଦଳ ରାଜସ୍ଥାନରୁ ରାଜ୍ୟସଭାକୁ ପଠାଇ ସଂସଦରେ ତାଙ୍କ ପଦକୁ ସୁରକ୍ଷିତ ରଖିଛି । ଯେଉଁମାନେ ନିର୍ବାଚନ ଲଢ଼ିପାରନ୍ତି ନାହିଁ, ନିର୍ବାଚନ ଜିତି ପାରନ୍ତି ନାହିଁ ସେମାନେ ଏହି କ୍ଷେତ୍ରକୁ ତ୍ୟାଗ କରୁଛନ୍ତି ଏବଂ ରାଜସ୍ଥାନରୁ ରାଜ୍ୟସଭାକୁ ଯାଉଛନ୍ତି । ସୂଚନାଯୋଗ୍ୟ, ବର୍ତ୍ତମାନ ୬ଜଣ କଂଗ୍ରେସ ନେତା ରାଜସ୍ଥାନରୁ ରାଜ୍ୟସଭାରେ ପ୍ରତିନିଧିତ୍ୱ କରୁଛନ୍ତି । ସେମାନେ ହେଲେ ସୋନିଆ ଗାନ୍ଧୀ, ନୀରଜ ଡାଙ୍ଗି, ରଣଦୀପ ସିଂ ସୁରଜେୱାଲା, କେ.ସି. ବେଣୁଗୋପାଳ, ପ୍ରମୋଦ ତିୱାରୀ ଏବଂ ମୁକୁଲ ୱାସ୍‌ନିକ୍ । ନିକଟରେ ମନମୋହନ ସିଂହଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ତାଙ୍କ ସ୍ଥାନରୁ ସୋନିଆ ପ୍ରତିନିଧିତ୍ୱ କରୁଛନ୍ତି । ଏମାନଙ୍କ ମଧ୍ୟରୁ କେବଳ ଡାଙ୍ଗି ହେଉଛନ୍ତି ରାଜସ୍ଥାନର ସ୍ଥାୟୀ ବାସିନ୍ଦା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking